ରିପୋର୍ଟ କାର୍ଡ / ଭୁବନେଶ୍ୱର
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା କନଷ୍ଟେବଳ ମର୍ଡର କେସ। ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ମର୍ଡର କେସ। ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ । ପ୍ରଥମ ସ୍ତ୍ରୀର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ। କମିଶନରେଟ ପୋଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ। କ୍ୟାପିଟାଲ ଥାନା ପୋଲିସ, ଖୁଣ୍ଟୁଣି ଥାନା ପୋଲିସ ଠାରୁ ମିଳିଥିବା ତଥ୍ୟ ପ୍ରମାଣର ହେବ ଖୋଳତାଡ଼। କ୍ରାଇମବ୍ରାଞ୍ଚ ସୂତ୍ରରୁ ନନ୍ଦିଘୋଷ ଟିଭିକୁ ଏହି ସୂଚନା ମିଳିଛି। ୬ ତାରିଖରେ କନଷ୍ଟେବଳ ଶୁଭମିତ୍ରାଙ୍କ ମିସିଂ, ୧୭ ତାରିଖରେ କେନ୍ଦୁଝରରେ ଗଳିତ ମୃତଦେହ ମିଳିବା ଘଟଣା ଓ ଦୀପକଙ୍କ ପ୍ରଥମ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ହେବ ଉଚ୍ଚସ୍ତରୀୟ ତଦନ୍ତ। CAW ଆଣ୍ଡ CW କେସକୁ ମନିଟର କରିବ।






More Stories
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..