ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଫଳରେ ପ୍ରାୟ ସବୁ ନଦୀର ଜଳସ୍ତର ବଢିବାରେ ଲାଗିଛି। ଏପଟେ ହୀରାକୁଦର ୨୦ଟି ଗେଟ ଖୋଲାଥିବାରୁ ଏବେ ମହାନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି। ମୁଣ୍ଡୁଳିରେ ହୀରାକୁଦ ପାଣି ପହଞ୍ଚିବା ଫଳରେ ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରଯାଇଛି। କାରଣ ଶୁକ୍ରବାର ସକାଳେ ମୁଣ୍ଡୁଳିରେ ୮ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବାରୁ ବନ୍ୟା ଆଶଙ୍କା କରାଯାଉଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଆଗାମୀ ୨-୩ ଦିନ ରାଜ୍ୟର ଅଧିକାଂଶ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ଏପଟେ ଓଡ଼ିଶା ପାଇଁ ରେଡ ଆଲର୍ଟ ବି ଜାରି କରାଯାଇଛି।






More Stories
ଏଣିକି ବର୍ଷକୁ ୪ଟି ପରୀକ୍ଷା…..
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..