Report Card Odisha

| Daily Odia News

୨୦୦୦ ଟଙ୍କିଆ ନୋଟ୍‌ ବନ୍ଦକରି ପାରନ୍ତି ସରକାର….

New indian 2000 Rs Currency Note

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସରକାର ନଭେମ୍ବର ୨୦୧୬ରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ବନ୍ଦ କରିଥିଲେ। ବିମୁଦ୍ରୀକରଣ ପରେ ନୂଆ ପାଞ୍ଚ ଶହ ଏବଂ ୨୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ଆରମ୍ଭ ହୋଇଥିଲା। କିନ୍ତୁ ଏବେ ନୂଆ ୨୦୦୦ ଟଙ୍କା ପ୍ରଚଳନ ବନ୍ଦ କରିବାକୁ ସରକାର ପ୍ରସ୍ତୁତ ହେଉଥିବା ନେଇ ଚର୍ଚା ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ୨ ହଜାର ଟଙ୍କିଆ ନୋଟ୍‌ ଗୋଟିଏ ବି ଛାପା ହୋଇନଥିବା ସରକାରଙ୍କ ପକ୍ଷରୁ ଲୋକସଭାରେ କୁହାଯାଇଛି। ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକରୁ ଲିଖିତ ଜବାବ ମାଧ୍ୟମରେ ଜଣାଇଛନ୍ତି, ୨୦୧୮ରେ ୨୦୦୦ ଟଙ୍କିଆ ୩୩୬.୨ କୋଟି ନୋଟ୍‌ ସର୍କୁଲେସନ୍‌ ହୋଇଥିଲା। କିନ୍ତୁ ୨୬ ଫେବୃଆରୀ ୨୦୨୧ ବେଳକୁ ଏହି ସଂଖ୍ୟା ୨୪୯.୯ କୋଟିରେ ପହଞ୍ଚିଥିଲା। ଏହା ସହ ଅନୁରାଗ ଠାକୁର କହିଛନ୍ତି, ‘କେଉଁ ମୂଲ୍ୟର ନୋଟ୍‌ ହେଲେ ଲୋକଙ୍କ ଲେଣ ଦେଣ ଚାହିଦା ପୂରଣ ହୋଇପାରିବ ତାହା ଆରବିଆଇ ଧାର୍ଯ୍ୟ କରେ। ୨୦୧୯-୨୦ ଏବଂ ୨୦୨୦-୨୧ରେ ୨୦୦୦ ଟଙ୍କିଆ ନୋଟ୍‌ ଛାପାଇବା ପାଇଁ ଅର୍ଡର ଦିଆଯାଇ ନାହିଁ ।’ ଅନ୍ୟପଟେ ୨୦୧୯ରେ ଆରବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆର୍ଥିକ ବର୍ଷ ୨୦୧୬-୧୭ରେ ୩୫୪.୨୯୯୧ କୋଟି ନୋଟ୍‌ ଛାପା ଯାଇଥିଲା। କିନ୍ତୁ ୨୦୧୭-୧୮ରେ କେବଳ ୧୧.୧୫୦୭ କୋଟି ନୋଟ୍‌ ପ୍ରିଣ୍ଟ ହୋଇଥିଲା। ୨୦୧୮-୧୯ରେ ୪.୬୬୯ କୋଟି ନୋଟ୍‌ ପ୍ରିଣ୍ଟ ହୋଇଥିବା ବେଳେ ଏପ୍ରିଲ ୨୦୧୯ ପରେ ଗୋଟିଏ ବି ନୋଟ୍‌ ଛାପା ଯାଇନାହିଁ।

Breaking News