ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ବିରୋଧରେ ପାକସ୍ତାନର ଆଉ ଏକ ଷଡଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ଅପରେସନ ସିନ୍ଦୂର ସମୟରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ ଏବଂ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ଲସ୍କର-ଏ-ତୈବ ଏବଂ ଜୈଶ-ଏ-ମହମ୍ମଦ ସେମାନଙ୍କର ଆଡ୍ଡା ସ୍ଥାନାନ୍ତର କରିଛନ୍ତି । ଲସ୍କର-ଏ-ତୈବ ନିଜର ତାଲିମ କେନ୍ଦ୍ରକୁ ଖାଇବର ପଖତୁନଖ୍ୱାକୁ ସ୍ଥାନାନ୍ତର କରିଛି । ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ମଧ୍ୟ ସେମାନଙ୍କର ସ୍ଥାନ ପରିବର୍ତ୍ତନ କରୁଛନ୍ତି । ଯାହାକି ସାଟେଲାଇଟ୍ ଚିତ୍ର ଏବଂ ଭିଡ଼ିଓ ଦ୍ୱାରା ପ୍ରମାଣିତ କରୁଛି । ଏକ ସୂତ୍ରରୁ ଜଣାପଡିଛି ଯେ ଲସ୍କର-ଏ-ତୈବା ଖାଇବର ପଖତୁନଖ୍ୱାରେ ଏକ ଆତଙ୍କବାଦୀ ଘାଟି ସ୍ଥାପନ କରୁଛି । ଏହି ଘାଟି ଡିସେମ୍ବର ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ । ପାକିସ୍ତାନ ସରକାର ଏବଂ ସେନା, ଆଇଏସଆଇ ସହାୟତାରେ ଏହି ଘାଟି ନିର୍ମାଣ କରୁଛି । ଯାହା ଦ୍ୱାରା ଆତଙ୍କବାଦୀଙ୍କୁ ତାଲିମ ଦିଆଯାଇ ପରକ୍ ଅଧିକୃତ କାଶ୍ମୀର ପଠାଯାଇପାରିବ ଏବଂ ତା’ପରେ ଭାରତୀୟ ସୀମାରେ ଅନୁପ୍ରବେଶ କରାଯାଇପାରିବ । ପାକିସ୍ତାନର ଯୋଜନା ହେଉଛି ଯଦି ଭାରତ ଅପରେସନ୍ ସିନ୍ଦୂର-୨ ଆରମ୍ଭ କରେ, ତେବେ ଏହି ଅଞ୍ଚଳଗୁଡିକରେ ଆତଙ୍କବାଦୀମାନଙ୍କୁ ସୁରକ୍ଷିତ କରି ସେମାନଙ୍କୁ ଖସିଯିବାକୁ ଅନୁମତି ଦିଆଯିବ। ସୂଚନା ଅନୁସାରେ ଲସ୍କର ଖାଇବର ପଖତୁନଖ୍ୱାର ଲୋୟର ଦିର ଜିଲ୍ଲାର କୁମ୍ବାନ ମୈଦାନ ଅଞ୍ଚଳରେ ଏକ ନୂତନ ଘାଟି ସ୍ଥାପନ କରିଛି। ଏଠାରେ, ଲସ୍କର ମର୍କଜ ଜିହାଦ-ଏ-ଆକସା ନାମକ ଏକ ନୂତନ ତାଲିମ ଏବଂ ଆବାସିକ କେନ୍ଦ୍ର ନିର୍ମାଣ କରୁଛି। ଏହି ସ୍ଥାନ ଆଫଗାନିସ୍ତାନ ସୀମାରୁ ପ୍ରାୟ ୪୭ କିଲୋମିଟର ଦୂରରେ ଅବସ୍ଥିତ।
More Stories
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ; ୧୦ମୃତ…..
ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ…..
ମୃତକଙ୍କ ପରିଜନଙ୍କୁ ୨୦ ଲକ୍ଷ,ଆହତଙ୍କୁ ୨ ଲକ୍ଷ ଦେବେ ବିଜୟ ଥାଲାପତି……