Report Card Odisha

| Daily Odia News

ମୌଲାନା ତୌକୀରଙ୍କୁ ଗିରଫ କଲା ପୋଲିସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶର ବରେଲିରେ ଶୁକ୍ରବାର ହୋଇଥିବା ଦଙ୍ଗା ପରେ ପୋଲିସ ଏବେ ଆକ୍ସନ ମୋଡରେ। ଏହି ଘଟଣା ପରେ ପୋଲିସ ଦଙ୍ଗାର ମାଷ୍ଟରମାଇଣ୍ଡ ମୌଲାନା ତୌକିର ରଜାଙ୍କ ସମେତ ୮ଜଣଙ୍କୁ ଗିରଫ କରିଛି। ଏହା ସହ ୨୪ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି ଏବଂ ୨ହଜାର ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଦଙ୍ଗା ପରେ ବରେଲିର ପାଞ୍ଚଟି ଭିନ୍ନ ଭିନ୍ନ ଥାନାରେ ୧୧ଟି ଏଫଆଇଆର ରୁଜୁ ହୋଇଛି। ଚାରୋଟି ଅଞ୍ଚଳର ସିସିଟିଭି ଫୁଟେଜ୍ ମଧ୍ୟ ସ୍କାନ କରାଯାଉଛି। ସୂଚନା ମିଳିଛି ଯେ, ଦଙ୍ଗାରେ ୧୭ଜଣ ପୋଲିସ କର୍ମଚାରୀ ଏବଂ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୋଲିସ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ଏହି ଫୁଟେଜ୍ ଆଧାରରେ, ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯାଉଛି। ପୋଲିସର ସୂଚନା ମୁତାବକ, ସହରର ତିନି କିମ୍ବା ୪ଟି ସ୍ଥାନରେ ଏକକାଳୀନ ଦଙ୍ଗା ହୋଇଥିଲା। ଦଙ୍ଗାକାରୀମାନେ ଗୁଳିଚାଳନା କରିବା ସହ ପଥର ଫିଙ୍ଗିଥିଲେ। ପୋଲିସ ଏବେ ଏପରି ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି

Breaking News