ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦଶହରା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ରଙ୍ଗୀନ ଆଲୋକମାଲାରେ ଝଲସୁଛି ପୀଠ ଓ ମଣ୍ଡପ। ସୋମବାର ମା’ଙ୍କ ସପ୍ତମୀ ପୂଜା ହୋଇଥିବା ବେଳେ ମଙ୍ଗଳବାର ମହାଷ୍ଟମୀରେ ମା’ଙ୍କ ନୀତି ଆରମ୍ଭ ହୋଇଛି। ଚାଲିଛି ହୋମଯଜ୍ଞ ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା। ଘଣ୍ଟ, ଶଙ୍ଖ, ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ଏଭଳିସ୍ଥିତିରେ ଭକ୍ତ ଏବଂ ମା’ ଜଗତଜନନୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅପୂର୍ବ ଦୃଶ୍ୟ । ଟ୍ବିନସିଟି କଟକ-ଭୁବନେଶ୍ୱରରେ ଲୋକଙ୍କ ଜନସମାଗମକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ବିନସିଟିରେ ୬୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୧୯୩ ମଣ୍ଡପ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ୨୪ଟି ପେଣ୍ଡାଲରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି। ବିଦ୍ୟୁତ୍ ଏବଂ ନିଆଁରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି। ଭିଡ଼ ଏବଂ ଟ୍ରାଫିକ ନିୟନ୍ତ୍ରଣ ଉପରେ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଡ୍ରୋନ ସହାୟତାରେ ମଣ୍ଡପ ଉପରେ ନଜର ରଖାଯାଇଛି। ଏପରିକି ସ୍ମାର୍ଟ କଣ୍ଟୋଲ ରୁମ ଜରିଆରେ ପାର୍ବଣ ପରିଚାଳନା କରାଯାଉଛି। ଏପରିକି ବିଜୟା ଦଶମୀ ଅବସରରେ ରାଜଧାନୀ ଭୁବନେଶ୍ୱରରେ ୭ଟି ପ୍ରମୁଖ ସ୍ଥାନରେ ‘ରାବଣ ପୋଡ଼ି ଉତ୍ସବ’ ପାଳନ ହେବ। ଉତ୍ସବ ଦେଖିବା ଲାଗିମୟ ଲୋକଙ୍କ ଭିଡ଼ ଆଶଙ୍କା ରହିଛି।
More Stories
କଟକରେ ଭାଙ୍ଗିଲା ତୋରଣ…..
ଗଭୀର ଅବପାତରେ ପରିଣତ ଲଘୁଚାପ,ପ୍ରବଳ ବର୍ଷିବ…..
ହାତୀଙ୍କ ପାଇଁ ଘର ତିଆରିବେ ସରକାର……