ରିପୋର୍ଟ କାର୍ଡ / ଭୁବନେଶ୍ବର
ପୋଲିସ ଏସ୍ଆଇ ପରୀକ୍ଷା ସ୍ଥଗିତ ହୋଇଛି । ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏନେଇ ଓପିଆରବି ଅଧ୍ୟକ୍ଷକଙ୍କ ପକ୍ଷରୁ ସୂଚନା ଜାରି ହୋଇଛି । ଏସ୍ଆଇ ପରୀକ୍ଷାରେ ଜାଲିଆତି ଅଭିଯୋଗ ପରେ ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ତେବେ ସାନି ପରୀକ୍ଷା ତାରିଖ ଶୀଘ୍ର ଘୋଷଣା ନେଇ ସୂଚନା ଦିଆଯିବ ବୋଲି କୁହାଯାଇଛି । ବ୍ରହ୍ମପୁରରେ ପୋଲିସ ଚାକିରିରେ ଜାଲିଆତି ଅଭିଯୋଗ ହୋଇଥିଲା ।

କୁହାଯାଉଛି ଯେ ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ଆଶାୟୀଙ୍କୁ ସ୍ପେଶାଲ୍ କୋଚିଂ ଦେବାକୁ ହାଇଦ୍ରାବାଦ ନେଉଥିଲେ । ୧୦୦ରୁ ଅଧିକ ଆଶାୟୀଙ୍କୁ ହାଇଦ୍ରାବାଦ ନେଥ କୋଚିଂ ଦେବାକୁ ପ୍ରୟାସ କରୁଥିଲେ ବୋଲି ଜଣାପଡିଛି । ହେଲେ ବ୍ରହ୍ମପୁର ପୋଲିସ ସେମାନଙ୍କୁ ପିଛା କରି ଅଟକ ରଖିଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିବା ପରେ ବ୍ରହ୍ମପୁର ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି ।
More Stories
ହାତୀଙ୍କ ପାଇଁ ଘର ତିଆରିବେ ସରକାର……
ଭିଜିବ ଦଶହରା,୪ ଦିନ ବର୍ଷିବ……
ଆଜିଠୁ ନୂଆ ସମୟ:ସକାଳ ୮ରେ ଖୋଲିବ ନନ୍ଦନକାନନ……