ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପେଶାୱରରେ ବୋମା ବିସ୍ପୋରଣରେ ୯ଜଙ୍କ୍ର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ଆଇନ ପ୍ରବର୍ତ୍ତନ ଅଧିକାରୀ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ବିସ୍ଫୋରଣ ଘଟିଥିଲା । ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ ପୁଲିସ ଓ ସୁରକ୍ଷା ଅଧିକାରୀଙ୍କୁ ଲକ୍ଷ୍ୟ କରି ବିସ୍ଫୋରଣ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରକ ଉପକରଣଟି ପୋଲିସ ଭ୍ୟାନ ଯାଉଥିବା ରାସ୍ତାରେ ରଖାଯାଇଥିଲା । ବିସ୍ଫୋରଣରେ ଆହତଙ୍କ ଅବସ୍ଥା ଗୁରୁତର ହୋଇଛି । ଘଟଣାସ୍ଥଳରେ ସୁରକ୍ଷା ବାହିନୀ ମୁତୟନ ହେବା ସହ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..