ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବାବେଳେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଅକ୍ଟୋବର ୯ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହେବା ନେଇ ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ। ଅନ୍ୟପକ୍ଷରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ବର୍ଷାର ପରିମାଣ କମ୍ ରହିଥିଲେ ହେଁ ରବିବାର ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ନବରଙ୍ଗପୁର, ନୂଆପଡ଼ାରେ ପବନ ଓ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଆଦି ଜିଲାରେ ଝଟକା ପବନ ସହିତ ଘଡ଼ଘଡ଼ି ଓ ବର୍ଷା ହେବାର ଆକଳନ କରାଯାଇଛି।
More Stories
ଶ୍ରୀମୟୀଙ୍କ ଘରଜ୍ୱାଇଁ ଉପାଖ୍ୟାନ…..
ଏସ୍ଆଇ ପରୀକ୍ଷା କେଳେଙ୍କାରୀ:ଓପିଆରବି ଅଧ୍ୟକ୍ଷକଙ୍କ ଜରୁରୀ ବୈଠକ…..
ଦିଲ୍ଲୀ ଯିବେ ମୋହନ-ମନମୋହ……