Report Card Odisha

| Daily Odia News

ସମ୍ବଲପୁରରେ ପୋଲିସ ସତର୍କ…..

ରିପୋର୍ଟ କାର୍ଡ / ସମ୍ବଲପୁର

ଦୁର୍ଗାପୁଜା ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ଗଣ୍ଡଗୋଳକୁ ନେଇ କଟକ ସହରରେ ସ୍ଥିତି ଅଶାନ୍ତ ରହିଛି । ୨ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ସଂଘର୍ଷ ଯୋଗୁଁ ରବିବାର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାର ଲକ୍ଷ୍ୟ କରି ପ୍ରଶାସନ ତରଫରୁ ରବିବାର ରାତ୍ରିରୁ ଆଗାମି ୩୬ ଘଣ୍ଟା ପାଇଁ କିଛି ଅଞ୍ଚଳରେ କର୍ଫ୍ୟୁ ଲଗାଇବା ସହିତ ଇଣ୍ଟରନେଟ୍‍ ସେବାକୁ ମଧ୍ୟ ବାତିଲ କରାଯାଇଛି । ଏହି ସ୍ଥିତିକୁ ଧ୍ୟାନରେ ରଖି ସମ୍ବଲପୁର ପୋଲିସକୁ ୨୦୨୩ ମସିହାର ସାମ୍ପ୍ରଦାୟିକ ହିଂସା ଓ ପୋଲିସ ମାଡ ଖାଇବା ଘଟଣା ମନେ ପଡିଯାଇଛି । ଏଣୁ ସମ୍ବଲପୁର ପୋଲିସ ପକ୍ଷରୁ ରବିବାର ଠାରୁ ସହରର ବିଭିନ୍ନ ଅଞ୍ଚଳ ସମେତ ଧନୁପାଲି ଥାନାର ବିଭିନ୍ନ ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ ସହିତ ସଶସ୍ତ୍ର ପୋଲିସ ବଳ ମୁତୟନ କରାଯାଇଛି । ଏଥିସହ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଚେକ ପୋଷ୍ଟ ଗୁଡିକ ଲଗାଯାଇ ଯାନାବାହନ ଗୁଡିକୁ କଡାକଡି ଯାଞ୍ଚ କରାଯାଉଛି । ସମ୍ବଲପୁର ଏସପି ଖୋଦ ନିଜେ ଧନୁପାଲି ଥାନା ବାରମ୍ବାର ପରିଦର୍ଶନ କରିବା ସହିତ ସ୍ପର୍ଶକାତର ଅଞ୍ଚଳ ପରିଦର୍ଶନ କରିବା ସହିତ ପୋଲିସ ବ୍ୟବସ୍ଥାକୁ ତଦାରଖ କରୁଛନ୍ତି । ଜିଲ୍ଲା ପୋଲିସ ପକ୍ଷରୁ ସମ୍ବେଦନଶୀଳ ଗୁଡିକ ଅଞ୍ଚଳରେ ବିଭିନ୍ନ ପ୍ରକାରର ଟେକନିକାଲ ସର୍ଭିଲାନ୍ସ, ଡ୍ରୋନ ଓ ପାରମ୍ପରିକ ସୁତ୍ରରୁ ନିରନ୍ତର ତଥ୍ୟ ସଂଗ୍ରହ କରି ବିଶ୍ଲେଷଣ କରାଯାଇ ଆବଶ୍ୟକ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯାଉଥିବାର ଜଣାପଡିଛି । ସୁଚନାଯୋଗ୍ୟ ଯେ, ୧୨ ଏପ୍ରିଲ ୨୦୨୩ ମସିହାରେ ହନୁମାନ ଜୟନ୍ତୀ ପାଳନ ନିମନ୍ତେ ହେଉଥିବା ବାଇକ ରାଲିକୁ ପଥର ମାଡ ଓ ଆକ୍ରମଣ କରାଯାଇଥିଲା । ଉକ୍ତ ଆକ୍ରମଣରେ ପୁଲିସ ଅଧିକାରୀ, କର୍ମଚାରୀ ମାନଙ୍କ ସହିତ ଶୋଭାଯାତ୍ରାରେ ସାମିଲ ଥିବା ଅନେକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଏହା ପରେ ସମ୍ବଲପୁରରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ବଢ଼ି ଯାଇଥିଲା ଏବଂ ଏହାକୁ ଶାନ୍ତି କରିବାକୁ ସେ ସମୟରେ ପ୍ରଶାସନକୁ ପ୍ରାୟ ୨୦ଦିନ ସମୟ ଲାଗିଥିଲା । ସମ୍ବଲପୁର ସହରରେ କର୍ଫ୍ୟୁ ଲାଗିବା ସହିତ ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ଇନ୍ଟରନେଟ ସେବା ବନ୍ଦ ରହିଥିଲା ।

Breaking News