ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ତାରିଖ ଘୋଷଣା ହୋଇପାରେ । ଭାରତୀୟ ନିର୍ବାଚନ କମିଶନ ଆଜି ଅପରାହ୍ନ ୪ଟାରେ ଏକ ସମ୍ବାଦିକ ସମ୍ମିଳନୀ କରିବା ନେଇ ସୂଚନା ମିଳିଛି । ସୂତ୍ର ଅନୁସାରେ ନିର୍ବାଚନ କମିଶନ ଆଜି ବିହାର ବିଧାନସଭା ନିର୍ବାଚନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ଏହା ପରେ ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିହାର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ଆଲୋଚନା ହେଉଛି । ବିହାରର ୨୪୩ଟି ବିଧାନସଭା ଆସନ ପାଇଁ ଅକ୍ଟୋବର-ନଭେମ୍ବର ୨୦୨୫ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଚରଣ ବିଧି ଲାଗୁ ହେବ ଏବଂ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏହି ନିର୍ବାଚନରେ ନିର୍ବାଚନ ଆୟୋଗ ପକ୍ଷରୁ ଆପଣାଯାଇଥିବା ୧୭ଟି ନୂଆ ନିର୍ବାଚନ ସଂସ୍କାରକୁ କାର୍ଯ୍ୟକାରୀ କରାଯିବ । ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ରବିବାର ପାଟନାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ବିହାରରେ ଯେଉଁ ସଂସ୍କାର କାର୍ଯ୍ୟକାରୀ ହେବ ତାକୁ ଆଗାମି ଦିନରେ ସାରା ଦେଶରେ କାର୍ଯ୍ୟକାରୀ କରାଯିବ ବୋଲି ସିଇସି କହିଥିଲେ






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..