ରିପୋର୍ଟ କାର୍ଡ / ଭୁବନେଶ୍ଵର
ପୋଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଅନିୟମିତତା ମାମଲାରେ ତନାଘନା ଜାରି ରହିଥିବାବେଳେ ଆଜି ବାଲେଶ୍ଵରରୁ ଆଉ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇଛି। ସଦର ଥାନା ରଣସାହିରୁ ଚନ୍ଦନ ମଲ୍ଲିକଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଛି। ରବିବାର ବିଳମ୍ବିତ ରାତିରେ ଘରୁ ଉଠାଇ ଆଣିଥିବା ସୂଚନା ମିଳିଛି। ଗତକାଲି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ନାବରା ଗାଁର ଅରବିନ୍ଦ ଦାସଙ୍କୁ ଗିରଫ କରାଯାଇଥିଲା। ତାଙ୍କଠାରୁ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିଲା। ତେବେ ଏହି ଘଟଣାରେ ଅରବିନ୍ଦ ମଧ୍ୟସ୍ଥ ଭାବେ କାମ କରୁଥିଲା। ଆଶାୟୀ ପ୍ରାର୍ଥୀଙ୍କ ସହ ସେ ନିୟମିତ ଭାବେ ଯୋଗାଯୋଗ କରିବା ସହ ପ୍ରଶ୍ନପତ୍ର ପ୍ରଦାନ କରୁଥିଲା। ଏହାର ପ୍ରତି ବଦଳରେ ଆଶାୟୀ ପ୍ରାର୍ଥୀଙ୍କଠାରୁ ସେମାନଙ୍କର ଅସଲି ଶିକ୍ଷାଗତ ପ୍ରମାଣ ପତ୍ର ସଂଗ୍ରହ କରୁଥିଲା।






More Stories
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ…..