ରିପୋର୍ଟ କାର୍ଡ / କୋରାପୁଟ
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ଜଣେ ଠିକାଦାରଙ୍କ ଠାରୁ ବିଲ୍ ପାସ୍ କରିବା ପାଇଁ ସେ ଲାଞ୍ଚ ମାଗିଥିଲେ । ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ତାଙ୍କୁ ଧରିଥିଲେ । ଲମ୍ବୋଦରଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ ହୋଇଛି ।ଲମ୍ବୋଦରଙ୍କର ବିଭିନ୍ନ ଘର ଓ କାର୍ଯ୍ୟାଳୟରେ ଚଢଉ ଜାରି ରହିଛି ।






More Stories
ବିଜେପି ତାଲିକାରେ ଆପ୍ର ୭ ସାଂସଦ…..
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଏସ୍ଓପି…..
ରାଜ୍ୟ ସରକାରଙ୍କୁ ଜୋରିମାନା…..