ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦିଲ୍ଲୀର ସମ୍ବିଧାନ କ୍ଲବରେ ଅକ୍ଟୋବର ୧୩ରେ ମହାନଦୀ ସଂସଦ ବସିବ। ଓଡ଼ିଶା ଏବଂ ଛତିଶଗଡ଼ରୁ ପ୍ରତିନିଧିଙ୍କ ସହିତ ଦେଶର ବିଭିନ୍ନ ନଦୀର ସୁରକ୍ଷା ନେଇ କାର୍ଯ୍ୟରତ ନେତୃତ୍ବ, ମହାନଦୀ ଟ୍ରିବ୍ୟୁନାଲରେ ନିଯୁକ୍ତ ଅଧିବକ୍ତା, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ଦେଶର ବିଶିଷ୍ଟ ନଦୀ ବିଶେଷଜ୍ଞ ଏଥିରେ ଯୋଗ ଦେବେ। ବିଜେପି, ବିଜେଡି, କଂଗ୍ରେସ ତଥା ଅନ୍ୟାନ୍ୟ ରାଜନୈତିକ ଦଳର ନେତାଙ୍କୁ ମଧ୍ୟ ଏଥିରେ ଯୋଗ ଦେବାକୁ ନିବେଦନ କରାଯାଇଛି ବୋଲି ଜଳ ମାନବ ଡ. ରାଜେନ୍ଦ୍ର ସିଂ କହିଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଳ ମାନବ ଡ. ରାଜେନ୍ଦ୍ର ସିଂ କହିଥିଲେ, ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଦିଲ୍ଲୀରେ ମହାନଦୀ ସଂସଦ ଆୟୋଜନ କରାଯାଉଛି। ମହାନଦୀ ଜଳ ବିବାଦର ଆପୋସ ସମାଧାନ ପାଇଁ ସମ୍ପ୍ରତି କେନ୍ଦ୍ର ଓ ଦୁଇ ରାଜ୍ୟ ସରକାର ମଧ୍ୟସ୍ଥତା ଭିତ୍ତିରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେବଳ ସରକାରୀ ବାବୁ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ଏହାକୁ ସୀମାବଦ୍ଧ କଲେ ସୁଫଳ ମିଳିବ ନାହିଁ।ମହାନଦୀର ଜଳ ଓ ଏହାର ଅବବାହିକା ସହିତ ଜଡ଼ିତ ବିଭିନ୍ନ ବର୍ଗ ଓ ଗୋଷ୍ଠୀ, ସାମାଜିକ ସଂଗଠନ, ରାଜନୈତିକ ଦଳ ଓ ବିଶେଷଜ୍ଞଙ୍କ ଭିତରେ ମଧ୍ୟ ସହମତି ଆସିବା ଦରକାର। ସେଥିପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାର ପଦକ୍ଷେପ ନେବା ଜରୁରୀ। ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମହାନଦୀ ସଂସଦରେ ଆପୋସ ସମାଧାନର ବିଭିନ୍ନ ଦିଗ ବିଷୟରେ ଆଲୋଚନା ହେବ ଓ ଏହାର ସୁପାରିସଗୁଡ଼ିକୁ କେନ୍ଦ୍ର ଓ ଉଭୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ଉପଦେଷ୍ଟା ଇଂ. ଲଳିତ ମୋହନ ପଟ୍ଟନାୟକ, ସଂଯୋଜକ ବିଜୟ ପ୍ରଧାନ, ମନୋଜ ଜେନା, ସଚ୍ଚିକାନ୍ତ ପ୍ରଧାନ, ପ୍ରବକ୍ତା ପ୍ରସନ୍ନ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।






More Stories
ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!…..
ରାଜଧାନୀରେ ଯୁବତୀଙ୍କୁ ଅପହରଣ : ଜଣେ ଗିରଫ…..
ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ…..