ରିପୋର୍ଟ କାର୍ଡ / କଟକ
ଚଳିତବର୍ଷ ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ। ଏଥର କଟକ ବାଲିଯାତ୍ରା ଗ୍ରାଉଣ୍ଡକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ଏ ନେଇ କଟକ ଜିଲ୍ଲାପାଳ ନିର୍ଦେଶାନାମା ଜାରି କରିଛନ୍ତି। ନଭେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ। ଏହି ସମୟ ମଧ୍ୟରେ ପଡିଆକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ବାଲିଯାତ୍ରା ପଡିଆର ୫ କିଲୋମିଟର ପରିଧି ପାଇଁ କଟକଣା ଜାରି କରାଯାଇଛି। ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାଓ୍ବାର ହ୍ୟାଙ୍ଗ ଗ୍ଲାଇଡର୍ସ, ମାଇକ୍ରୋ ଲାଇଟ୍ , ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍, ୟୁଏଭି ଏବଂ ଡ୍ରୋନ୍ ଉଡାଣ ମନା କରାଯାଇଛି। ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..