ରିପୋର୍ଟ କାର୍ଡ / ପଟ୍ଟାମୁଣ୍ଡାଇ
ସମୁଦ୍ରରେ ବୁଡିଲା ମାଛଧରା ବୋଟ୍ , ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ। ସାତଭାୟା ନିକଟ ସମୁଦ୍ରରେ ତାରିଣୀ -୨ ବୋଟ୍ରେ ପାଣି ପଶିଯିବାରୁ ବୋଟ୍ଟି ବୁଡିଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ବୋଟଟି ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ସମୁଦ୍ରକୁ ବୋଟ ମାଛ ମାରିବା ପାଇଁ ଆସିଥିବା ବେଳେ ବୋଟରେ ୮ ଜଣ ମତ୍ସ୍ୟଜୀବୀ ଥିଲେ । ଦୁର୍ଘଟଣା ଘଟି ବୋଟଟି ବୁଡିଯିବାରୁ ମତ୍ସ୍ୟଜୀବୀ ମାନେ ପହଁରି କୂଳକୁ ଚାଲିଆସିଥିଲେ । ତେବେ ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି । ବୋଟରେ ଥିବା ମାଛ ସହ ସମସ୍ତ ଆସବାବପତ୍ର ସମୁଦ୍ରରେ ବୁଡିଯାଇଛି ।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..