ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରେ କାର୍ଯ୍ୟରତ ୩ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି। ଏ ନେଇ ଶୁକ୍ରମାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେମାନେ ହେଲେ ଆଇଏଏସ ଅଧିକାରୀ ଶାଳିନୀ ପଣ୍ଡିତ, ସମର୍ଥ ବର୍ମା ଏବଂ ସ୍ଵଧାଦେବ ସିଂହ।ଶାଳିନୀ ପଣ୍ଡିତ କେନ୍ଦ୍ରକୁ ଡେପୁଟେସନରେ ଯିବା ପରେ ଅର୍ଥ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିବେ। ସେହିପରି ସମର୍ଥ ବର୍ମା ବନ୍ଦର, ଜାହାଜ ଏବଂ ଜଳପଥ ବିଭାଗ ନିର୍ଦେଶକ ଭାବେ ନିଯୁକ୍ତି ପାଇବେ। ଆଇଏଏସ ସ୍ଵଧାଦେବ ସିଂହଙ୍କୁ ନାଗରିକ ପଞ୍ଜୀକରଣ ନିର୍ଦେଶକ(ଡାଇରେକ୍ଟର ଅଫ ସିଟିଜେନ ରେଜିଷ୍ଟ୍ରେସନ) ଏବଂ ଡାଇରେକ୍ଟର ଅଫ ସେନସସ ଅପରେସନ(ଡିସିଓ) ନିର୍ଦେଶକ ଭାବେ ଦାୟିତ୍ଵ ମିଳିଛି।






More Stories
ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……