Report Card Odisha

| Daily Odia News

ଭାଜପାରେ ମିଶିବେ କି ପ୍ରତାପ ଜେନା!…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନୂଆପଡ଼ା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି। ବିଜେଡ଼ି ବିଧାୟକ ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଭାଜପାରେ ମିଶିବା ପରେ ବିଜେଡି ନେତାଙ୍କୁ ତାଙ୍କୁ ଟାର୍ଗେଟ୍‌ କରୁଥିବା ଦେଖାଯାଉଛି। ବିଜେଡି ଉପସଭାପତି ପ୍ରତାପ ଜେନା ମଧ୍ୟ ଜୟଙ୍କୁ ଆକ୍ଷେପ କରି ଜୟଙ୍କୁ ରାଜେନ୍ଦ୍ର ଢୋଲକିଆଙ୍କ ସାବତ ପୁଅ ବୋଲି କହିଛନ୍ତି। ଯେଉଁ ଦଳର ସତ୍ତା ନାହିଁ ସେ ଭାଜପାକୁ କ’ଣ କହିବେ ବୋଲି ପ୍ରତାପଙ୍କୁ ଓଲଟା ପ୍ରଶ୍ନ କରିଛନ୍ତି ଭାଜପା ବିଧାୟକ ଜୟ ନାରାୟଣ।ଜୟ ନାରାୟଣ କହିଛନ୍ତି, ବିଜେଡି ଭାଙ୍ଗିବାରେ ଲାଗିଛି। ଦିନକୁ ଦିନ ଶଙ୍ଖ ଭବନରୁ ଗୋଟିଏ ପରେ ଗୋଟିଏ ପିଲାର ଖସିବାରେ ଲାଗିଛି। ନିଜେ ପ୍ରତାପ ଜେନା କେଉଁ ଦିନ ଭାଜପାକୁ ଆସିବେ ତାକୁ ଅପେକ୍ଷା କରନ୍ତୁ |ସୂଚନାଯୋଗ୍ୟ, ଦିବଂଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଜୟଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ସ୍ଥିର କରିଥିଲା। କିନ୍ତୁ ସେ ବଡ଼ ଗେମ୍‌ ଖେଳି ଭାଜପାରେ ଯୋଗ ଦେଇଥିଲେ।

Breaking News