Report Card Odisha

| Daily Odia News

ମାଓବାଦୀ ନାଁରେ ବାପାକୁ ଟଙ୍କା ମାଗୁଥିଲେ ପୁଅ…..

ରିପୋର୍ଟ କାର୍ଡ / ଭବାନୀପାଟଣା

ଟଙ୍କା ପାଇଁ ପୁଅ ବି ମାଓବାଦୀ ସାଜିପାରେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନର୍ଲା ଥନା ଅନ୍ତର୍ଗତ ରୁପ୍ରାରୋଡରେ। ନର୍ଲା ଥାନା ଆଇଆଇସି ତଥା ଘଟଣାର ତଦନ୍ତକାରୀ ଅଫିସର ବିଜୟ ମାଝୀଙ୍କ ସୂଚନାନୁଯାୟୀ ରୁପ୍ରାରୋଡର ବାସିନ୍ଦା ଦିନେଶ କୁମାର ଅଗ୍ରଓ୍ବାଲଙ୍କ ଏକମାତ୍ର ପୁଅ ଅଙ୍କୁଶ ଅଗ୍ରଓ୍ବାଲ (୨୪) ମାଓବାଦୀ ନାଁରେ ଏକ ଚିଠି ଲେଖି ନିଜ ଇନୋଭା ଗାଡିରେ ଗତ ୫ ତାରିଖରେ ରଖି ଦେଇଥିଲେ। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ୩୫ ଲକ୍ଷ ଟଙ୍କା ଦିଅ ନଚେତ୍‌ ତୁମ ପରିବାର ସମସ୍ତଙ୍କୁ ଜୀବନରେ ମାରିଦେବୁ । ଚିଠିକୁ ପରିବାର ଲୋକ ପାଇବା ପରେ ସେମାନେ ଭୟଭୀତ ହୋଇ ପଡିଥିଲେ । ଜୀବନକୁ ଭୟ କରି ବାପା ଦିନେଶ ପରିଶେଷରେ ନର୍ଲା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ପରିଶେଷରେ ଜଣିବାକୁ ପାଇଥିଲା ଯେ, ଏସବୁ କାମ ଦିନେଶଙ୍କ ପୁଅ ଅଙ୍କୁଶ କରିଛି । ଏହାପରେ ପୋଲିସ ଅଙ୍କୁଶକୁ ଗିରଫ କରି ଏମ.ରାମପୁର କୋର୍ଟଚାଲାଣ କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ଦିନେଶ ଅଗ୍ରଓ୍ବାଲ ହେଉଛନ୍ତି ଉଚ୍ଚ କୋଟୀର ପ୍ରତିଷ୍ଠିତ ଠିକାଦାର। କଳାହାଣ୍ଡି ଜିଲ୍ଲାରେ ବସୁଧା ଓଭରହେଡ ପାଣିଟାଙ୍କି ଓ ନଳକୂପ ଖୋଳିବାରେ ଦିନେଶ ହେଉଛନ୍ତି ଅଗ୍ରଣୀ ଠିକାଦାର । ମାଓବାଦୀକୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ନିଜ ପୁଅ ହାବୁଡରେ ପଡି ପରିସ୍ଥିତିକୁ ଗୋଳମାଳ କରିଦେଇଛି । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଲୋକେ ପୁଅ ଅଙ୍କୁଶ ପ୍ରତି ବାପା ଦିନେଶଙ୍କ ଅଙ୍କୁଶ ନାହିଁ , ଏହା ବଡଘର ବଡ ଗୁମର କଥା ବୋଲି ଲୋକେ କୁହାକୁହି ହେଉଛନ୍ତି ।

Breaking News