ପୋର୍ଟ କାର୍ଡ / ଭୁବନେଶ୍ୱର
ପୋଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ୟତମ ମୋଷ୍ଟ ଓ୍ବାଣ୍ଟେଡ ଅଭିଯୁକ୍ତ ମୁନା ମହାନ୍ତି ଧରାପଡ଼ିଛି। ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ମୁନାକୁ ଗୁରୁବାର ଗିରଫ କରିଛି। ଗୁରୁବାର ପ୍ରଥମେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ଥାନରେ ଚଢ଼ାଉ କରାଯାଇଥିଲା। କିନ୍ତୁ ଚଢ଼ାଉ ପୂର୍ବରୁ ମୁନା ଫେରାର ହୋଇଯାଇଥିଲା। ପରେ କ୍ରାଇମବ୍ରାଞ୍ଚ ତାକୁ ଧରିବାରେ ସଫଳ ହୋଇଛି। ଏହି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ରହିଛି। ଶଙ୍କର ପକ୍ଷରୁ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି। ତେବେ ଏହି ମାମଲାରେ ପୂର୍ବରୁ ୧୧୯ ଜଣଙ୍କୁ ଗିରଫ କରାଯାଇଥିଲା। ମୁନାର ଗିରଫଦାରି ପରେ ସଂଖ୍ୟା ୧୨୦ରେ ପହଞ୍ଚିଛି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..