ରିପୋର୍ଟ କାର୍ଡ /ଭୁବନେଶ୍ଵର
ରାଜ୍ୟର ୪୮ ହଜାର ୬୯୩ ଜଣ ହିତାଧିକାରୀଙ୍କୁ ରବିବାର ଗୃହ ନିର୍ମାଣ ପାଇଁ କିସ୍ତି ପ୍ରଦାନ କରାଯାଇଛି। ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ପୂର୍ବରୁ ଆମେ ଆର୍ଥିକ ଅନଗ୍ରସର ପରିବାରମାନଙ୍କ ମୁହଁରେ ହସ ଫୁଟାଇପାରିଛୁ। ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ତୃତୀୟ ପର୍ଯ୍ୟାୟରେ, ଆମେ ୪୮,୬୯୩ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କରିଛୁ। ଏହି ଅର୍ଥ କେବଳ ସହାୟତା ନୁହେଁ, ଏହା ହେଉଛି ପ୍ରତିଟି ପରିବାର ପାଇଁ ମର୍ଯ୍ୟାଦା ଓ ସୁରକ୍ଷାର ପ୍ରତିଶ୍ରୁତି। ଏହି ପଦକ୍ଷେପଗୁଡ଼ିକ ସହିତ ଆମେ ଆମର ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିଛୁ।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..