ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ରେଳର କେବେ ବି ଘରୋଇକରଣ ହେବ ନାହିଁ । ଏହା ସବୁବେଳେ ଭାରତ ସରକାରଙ୍କ ଅଧିନରେ ରହିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି । ସେ କହିଛନ୍ତି ଯେ ଆମେ ଭାରତୀୟ ରେଳର ଘରୋଇକରଣ କରୁଛୁ ବୋଲି ଅଭିଯୋଗ ହେଉଛି । କିନ୍ତୁ ସରକାରୀ ସଡ଼କରେ କେବଳ ସରକାରୀ ଗାଡ଼ି ଚାଲୁ ବୋଲି ଲୋକେ କେବେ ଦାବି କରିନାହାନ୍ତି । ଏହାର କାରଣ ହେଉଛି ସଡ଼କରେ ଉଭୟ ଘରୋଇ ଓ ସରକାରୀ ଗାଡ଼ି ଚାଲୁଛି ଓ ଉଭୟ ଆର୍ଥିକ ପ୍ରଗତିରେ ଯୋଗଦାନ ଦେଉଛନ୍ତି । ଠିକ ସେହିପରି ରେଳସେବା କ୍ଷେତ୍ରରେ ଘରୋଇ ନିବେଶର ଆବଶ୍ୟକତା ରହିଛି । ଏହା ଆର୍ଥିକ ପ୍ରଗତି ଆଣିବା ସହ ସେବା ମାନରେ ଉନ୍ନତି ଆଣିବ। ରେଳପଥକୁ ଆର୍ଥିକ ଅଭିବୃଦ୍ଧିର ଇଂଜିନ କରାଯିବ । ଚଳିତ ବର୍ଷ ବଜେଟରେ ରେଳପଥ କ୍ଷେତ୍ରର ବିକାଶ ପାଇଁ ପ୍ରାୟ ୨ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି । ରେଳ ଭିତ୍ତିଭୂମିର ବିକାଶ ଉପରେ ସରକାର ବିଶେଷ ଗୁରୁତ୍ବ ପ୍ରଦାନ କରୁଛନ୍ତି । ପୂର୍ବବର୍ତ୍ତୀ ସରକାରମାନେ ଏବାବଦରେ କେବଳ ପ୍ରତିଶ୍ରୁତି ଦେଉଥିଲେ, କିନ୍ତୁ ରେଳ ଭିତ୍ତିଭୂମିର ବିକାଶ ହେଉନଥିଲା। ଦେଶକୁ ଉଚ୍ଚ ଆର୍ଥିକ ଅଭିବୃଦ୍ଧି ପଥକୁ ନେବାକୁ ହେଲେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରକୁ ମିଳିମିଶି କାମ କରିବାକୁ ହେବ ବୋଲି ସେ କହିଛନ୍ତି ।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..