ରିପୋର୍ଟ କାର୍ଡ / ଭୁବନେଶ୍ୱର
ପିପିଲି ବିଧାନସଭାର ଉପ ନିର୍ବାଚନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ। ଏପ୍ରିଲ ୧୭ରେ ହେବ ବହୁ ପିପିଲି ବିଧାନସଭା ଉପ ନିର୍ବାଚନ। ମେ ୨ରେ ଭୋଟ୍ ଗଣତି ସହ ପ୍ରକାଶ ପାଇବ ଫଳାଫଳ। ଏନେଇ ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାରିଖ ଘୋଷଣା କରିଛନ୍ତି । ଉପନିର୍ବାଚନ ପାଇଁ ଚଳିତ ମାର୍ଚ୍ଚ ୨୩ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଏପ୍ରିଲ ୩ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ତେବେ ମେ’ ମାସ ୨ରେ ଭୋଟ ଗଣତି କରାଯାଇ ସେହିଦିନ ଫଳ ପ୍ରକାଶ ପାଇବ। ପିପିଲି ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ସେହି ଆସନ ଖାଲି ପଡିଥିଲା। ଏବେ ସେହି ଆସନ ପାଇଁ ପ୍ରାର୍ଥୀ ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଅଙ୍କକଷା ଆରମ୍ଭ କରିଦେଇଛନ୍ତି। ଅକ୍ତିଆର କରିବାକୁ ବିରୋଧୀ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୋଟିଏ ପଟେ ବିଜେପିର ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଇତି ମଧ୍ୟରେ ପ୍ରଚାର ଜୋରଦାର କରିଥିବା ବେଳେ କଂଗ୍ରେସ ପକ୍ଷରୁ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କୁ ଟିକେଟ ମିଳିବ ନେଇ ସମ୍ଭାବନା ଦେଖାଦେଇଛି। ଅନ୍ୟ ପକ୍ଷରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ରପ୍ରତାପଙ୍କ ମଧ୍ୟରୁ କାହାକୁ ଟିକେଟ ମିଳିବ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ।
More Stories
କଂଗ୍ରେସରେ ମିଶିଲେ ପୂର୍ବ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଭଣଜା…..
ପୁରୀରୁ ନବୀନଙ୍କୁ ଟାର୍ଗେଟ,ସଂକଳ୍ପପତ୍ର ଆମପାଇଁ ଧର୍ମଗ୍ରନ୍ଥ…..
ବୋରୱେଲରୁ ଉଦ୍ଧାର ହେଲା ୨ ବର୍ଷର ଶିଶୁ…..