ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୬ରେ ହେବାକୁ ଯାଉଛି । ଏହା ପୂର୍ବରୁ ମହାଗଠବନ୍ଧନ ଏକ ବଡ ଘୋଷଣା କରିଛି ।ପାଟନାରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବଙ୍କ ନାମ ଘୋଷଣା ହୋଇଛି । ମୁକେଶ ସହାନି ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍ । ଭିଆଇପି ପାର୍ଟିର ନେତା ମୁକେଶ ସାହନି । ମହାଗଠବନ୍ଧନରେ ଆସନ ବୁଝାମଣାରେ ବିବାଦ ରହୁଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରାର୍ଥୀ ଘୋଷଣା ହେବା ପରେ ସେ କହିଛନ୍ତି ବିହାରରେ ମହାଗଠବନ୍ଧନ ସରକାର ଆସିଲେ ଅନେକ କିଛି ବିକାଶ ହେବ । ଯେଉଁମାନଙ୍କ ପାଖରେ ସରକାରୀ ଚାକିରି ନାହିଁ ସେମାନଙ୍କୁ ସରକାରୀ ଚାକିରି ଦିଆଯିବ । ପ୍ରତ୍ୟେକ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ଚାକିରି ଦିଆଯିବ ବୋଲି କହିଛନ୍ତି ତେଜସ୍ୱୀ ଯାଦବ । ମୁଖ୍ୟମନ୍ତ୍ରୀ ଚେହେରା ହେବା ପରେ ତେଜସ୍ୱୀ ଯାଦବ କଂଗ୍ରେସ ସମେତ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ






More Stories
ସହି ପାରୁନାହାଁନ୍ତି ମୋଦି!TVKକୁ ସମର୍ଥନ କରିବା ନେଇ ଗର୍ଜିଲେ…..
ପୁଣି ହିମନ୍ତ ବିଶ୍ୱ ଶର୍ମା ହେବେ ମୁଖ୍ୟମନ୍ତ୍ରୀ…..
ପରବର୍ତ୍ତୀ ନୌସେନା ମୁଖ୍ୟ କୃଷ୍ଣ ସ୍ବାମୀନାଥନ…..