ରିପୋର୍ଟ କାର୍ଡ / ନୂଆପଡା
ଆଜି ନୂଆପଡା ବିଜେପି କାର୍ଯ୍ୟଳୟ ରେ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ପୂର୍ଣ୍ଣିମା ନାଏକ ମଞ୍ଚ ସଞ୍ଚାଳନ କରିଥିବାବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ନୂଆପଡା ଜିଲ୍ଲା ମହିଳା ସଭାନେତ୍ରୀ ରାଜେଶ୍ଵରୀ ସାହୁ, ଜୟ ଢୋଲକିଆଙ୍କ ମାଆ କଳ୍ପନା ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜୟ ନିଜ ବାପା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କ ସେବା କାର୍ଯ୍ୟକୁ ମନେ ପକାଇ ଉକ୍ତ ସେବା କାର୍ଯ୍ୟ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ସହଯୋଗରେ ଆଗକୁ ବଢ଼ାଇବା ପାଇଁ ଆସନ୍ତା ୧୧ତାରିଖରେ ପଦ୍ମ ଫୁଲରେ ଭୋଟ ଦେବାକୁ ଅପିଲ କରିଥିଲେ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ