ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରରେ ମହାମେଣ୍ଟ ସରକାର ଗଢ଼ିଲେ କେନ୍ଦ୍ରର ଓ୍ବକ୍ଫ (ସଂଶୋଧନ) ଆଇନକୁ ରଦ୍ଦ କରାଯିବ ବୋଲି ରବିବାର ବିରୋଧୀଙ୍କ ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ କହିଛନ୍ତି। ଆର୍ଜେଡି ନେତା ତେଜସ୍ବୀ ମୁସଲିମ୍ ବହୁଳ ଜିଲା କଟିହାରରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ଇଣ୍ଡିଆ ବ୍ଲକ୍ ଜିତିଲେ ଗତ ଏପ୍ରିଲରେ ପାର୍ଲାମେଣ୍ଟରେ ପାରିତ ଓ୍ବକ୍ଫ ଆଇନକୁ ଡଷ୍ଟବିନ୍କୁ ଫୋପାଡ଼ି ଦିଆଯିବ। ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କେବେହେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭଳି ସାମ୍ପ୍ରଦାୟିକ ଶକ୍ତି ସହ ସାଲିସ କରି ନ ଥିଲେ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ଏବଂ ଏହାର ସହଯୋଗୀ ସଙ୍ଗଠନଗୁଡ଼ିକ ବିହାର ସମେତ ସାରା ଦେଶରେ ଘୃଣା ବିସ୍ତାର କରୁଛନ୍ତି। ଭାଜପା ଏକ ‘ଭାରତ ଜାଳ ପାର୍ଟି’। ଏହି ଦଳ କ୍ଷମତାକୁ ଆସିଲେ ସାମ୍ପ୍ରଦାୟିକ ଏଜେଣ୍ଡାଗୁଡ଼ିକ ଆହୁରି ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଇବ ବୋଲି ସେ ସମାଲୋଚନା କରିଛନ୍ତି।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..