Report Card Odisha

| Daily Odia News

୧୨ ରାଜ୍ୟରେ ହେବ SIR ୨.୦…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦ୍ଵିତୀୟ ପର୍ଯ୍ୟାୟ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ ବା SIR 2.0 ଖୁବଶୀଘ୍ର ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ SIR(Special Intensive Revision) ଲାଗୁ କରାଯିବ। ପର୍ଯ୍ୟାୟକ୍ରମେ ସାରା ଦେଶରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି।ଇସି କହିଛନ୍ତି ଯେ, ଜାଲ ଭୋଟରଙ୍କୁ ଭୋଟର ତାଲିବାକୁ ବାଦ ଦେବା SIR ର ମୂଳ ଉଦ୍ଦେଶ୍ୟ। ବିହାରରେ ସଫଳତାର ସହିତ SIR କାର୍ଯ୍ୟକାରୀ ହୋଇଛି। ଏହି ପ୍ରକ୍ରିୟାରେ ବିହାରରେ ସାଢ଼େ ୭ କୋଟି ଭୋଟର ଭାଗ ନେବା ସ୍ଵାଗତଯୋଗ୍ୟ। ବିହାରରେ ଏହାର ସଫଳତା ପରେ ସାରା ଦେଶରେ SIR କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। SIR ଜରିଆରେ ଅଯୋଗ୍ୟ ଭୋଟରମାନଙ୍କର ନାମ କଟିବ। ନିର୍ବାଚନ ପ୍ରକ୍ରିୟାରେ ସ୍ଵଚ୍ଛତା ବୃଦ୍ଧି ପାଇବ।

Breaking News