ରିପୋର୍ଟ କାର୍ଡ / ନୂଆପଡା
ନୂଆପଡ଼ା ଉପନିର୍ବାଚନକୁ ନେଇ ସ୍ଥାନୀୟ ଖୁଣ୍ଟିଆ ଭବନରେ କଂଗ୍ରେସ ପକ୍ଷରୁ କାର୍ଯ୍ୟାଳୟ ଖୋଲାଯାଇଛି। ବୁଧବାର ପୂର୍ବାହ୍ନରେ ଏହି କାର୍ଯ୍ୟାଳୟରେ ଦଳ ପକ୍ଷରୁ ଖବରଦାତା ସମ୍ମିଳନୀ ଚାଲିଥିଲା। ଏହି ସମୟରେ କଂଗ୍ରେସ ପକ୍ଷରୁ ଟଙ୍କା ବଣ୍ଟାଯାଉଛି ବୋଲି ଖବର ପାଇ ପୋଲିସ କାର୍ଯ୍ୟାଳୟ ଭିତରକୁ ପଶିଥିଲା। ସେ ସମୟରେ କଂଗ୍ରେସ ମୁଖପାତ୍ର ଓ ଅନ୍ୟ କର୍ମକର୍ତ୍ତା ପୋଲିସକୁ ପ୍ରଶ୍ନ କରିଥିଲେ। ଏଠାରେ ଖବରଦାତା ସମ୍ମିଳନୀ ଚାଲିଛି, ଆପଣ କାହିଁକି ଆସିଲେ ବୋଲି ପଚାରିଥିଲେ। ପୋଲିସ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଟଙ୍କା ବଣ୍ଟାଯାଉଛି ବୋଲି ଅଭିଯୋଗ ପାଇ ତଦନ୍ତରେ ଆସିଥିଲୁ ବୋଲି କହିଥିଲା। ଏହାକୁ ନେଇ କାର୍ଯ୍ୟାଳୟ ବାହାରେ ପୋଲିସ ଓ ଦଳୀୟ କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ପୋଲିସ କାର୍ଯ୍ୟାଳୟ ଛାଡି ଚାଲିଯାଇଥିଲା।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..