ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲୋକସେବା ଭବନ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୪୪ ଟି ତହସିଲ୍ ରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି । ରାଜସ୍ୱ ପ୍ରଶାସନକୁ ନାଗରିକଙ୍କ ପାଖରେ ସହଜରେ ପହଞ୍ଚାଇବା ଲକ୍ଷ୍ୟରେ, ଜମିଜମା ପଞ୍ଜୀକରଣ ଓ କିଣାବିକାକୁ ସହଜ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ତହସିଲରେ ଉପନିବନ୍ଧନ ବା ସବ୍-ରେଜିଷ୍ଟ୍ରେସନ୍ ଅଫିସ୍ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ, ଆଜି ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲରେ ଉପନିବନ୍ଧନ ବା ସବ୍-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଆରମ୍ଭ ହୋଇଛି । ବାକି ଥିବା ଅନ୍ୟ ତହସିଲଗୁଡ଼ିକରେ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ ହେବ।କୁ ଲକ୍ଷ ରଖାଯାଇଛି। ଏହାସହ, ପୂର୍ବରୁ ଇ-ରେଜିଷ୍ଟ୍ରେସନ୍ ମୋବାଇଲ୍ ଆପ୍ ମଧ୍ୟ ଆରମ୍ଭ କରାଯାଇଛି। ଯାହା ଦ୍ୱାରା ଘରେ ବସି ଅନ୍ଲାଇନ୍ରେ ସ୍ଲଟ୍ ବୁକ୍ କରି ତହସିଲ୍ ଅଫିସରେ ସେବା ଗ୍ରହଣ କରିହେବ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..
କେଜିରୁ ପିଜି ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା!…..
ସହରାଞ୍ଚଳକୁ ମନ୍ତ୍ରୀଙ୍କ ହାଇ ଆଲର୍ଟ…..