ରିପୋର୍ଟ କାର୍ଡ / ନୂଆପଡା
ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ପ୍ରଥମ ଥର ଉପନିର୍ବାଚନରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଦଳର ସମସ୍ତ ବରିଷ୍ଠ ନେତା, ସାଂସଦ, ବିଧାୟକ, ସଭାପତି, ପୂର୍ବତନ ସଭାପତିଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ନୂଆପଡାର ବିକାଶ ପାଇଁ ନିର୍ବାଚନୀ କାର୍ଯ୍ୟସୂଚୀ ଜାରି କରିଥିବା ଘାସିରାମ କହିଛନ୍ତି । ଏଥର ଉପନିର୍ବାଚନରେ କଂଗ୍ରେସର ବିଜୟ ହେବ । କୌଣସି ଦଳର ଲୋଭନୀୟ ଉପହାର କାମ କରିବା ନାହିଁ ବୋଲି ବରିଷ୍ଠ ନେତା କହିଛନ୍ତି । ନୂଆପଡାରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କୁ ବିଜୟ କରିବା ଦଳର ତୁଙ୍ଗ ନେତାମାନେ ନୂଆପଡାରେ ଡେରା ପକାଇବା ସହ ଘର ଘର ବୁଲି ଆର୍ଶିବାଦ ଭିକ୍ଷା କରିଛନ୍ତି । ଏହି ଅଞ୍ଚଳ ପାଇଁ ଲଢୁଥିବା ଘାସିରାମଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି କଂଗ୍ରେସ ନେତା । ଭକ୍ତ ଦାସଙ୍କ ନେତୃତ୍ୱରେ ଦଳ ପ୍ରଥମ ଥର ଉପନିର୍ବାଚନ ଲଢୁଥିବାରୁ ଏହା ଦଳ ପାଇଁ ଓ ଭକ୍ତଙ୍କ ପାଇଁ ସମ୍ମାନର ବିଷୟ ହୋଇଛି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……