ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚାକିରି ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି। ରାଜଧାନୀ ଭୁବନେଶ୍ଵରରେ ଏଭଳି ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମଣିପୁର ପାଟଣାର ନରେଶ ଦଳେଇ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ନରେଶ ନିଜର ପିଏ ରଖିବା ଲାଗି ଖବରକାଗଜରେ ବିଜ୍ଞାପନ ଦେଇଥିଲେ। ସେ ବିଜ୍ଞାପନ ଦେଖି ସାକ୍ଷାତକାର ଦେବାକୁ ଯାଇଥିଲେ। ଅଭିଯୁକ୍ତ ଏକ ହୋଟେଲରେ ସାକ୍ଷାତକାର ଥିବା କହି ଡକାଇଥିଲେ। ସେ ହୋଟେଲରେ ପହଞ୍ଚିବା ପରେ ତାଙ୍କ ସହିତ ଅସଦାଚରଣ କରିଥିଲେ। ଏପରି କି ଦୁଷ୍କର୍ମ ଉଦ୍ୟମ କରିଥିଲେ। ଉଲଗ୍ନ କରି ଭିଡିଓ ଉତ୍ତୋଳନ ବି କରିଥିଲେ। କୌଣସି ପ୍ରକାରେ ସେ ସେଠାରୁ ଖସି ଆସିବାରେ ସଫଳ ହୋଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି।






More Stories
ଓଡ଼ିଆଙ୍କୁ ଫେରେଇ ଆଣ…..
ଓଡ଼ିଶାରେ ଅମୃତ ଭାରତ ଟ୍ରେନ ସେବା…..
ଅଷ୍ଟମ ବେତନ କମିଶନ ଲାଗି ଚିଠି….