ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲଗାତାର ଭାବେ ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ ଆୟକର ଚଢାଉ ହୋଇଛି । ଏହି ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ନଗଦ ଅଢେଇ କୋଟି ଟଙ୍କା ଜବତ କରାଯାଇଛି । ଉତ୍କଳ ବିଲ୍ଡର୍ସର ୪ଜଣ ନିର୍ଦ୍ଦେଶକଙ୍କୁ ଆଜି ସକାଳୁ ସକାଳୁ ମାରାଥନ୍ ଜେରା କରାଯାଉଥିବା ସୂଚନା ମିଳିଛି । ରାକେଶ ଭୁରା, ଅଞ୍ଜନାଦେବୀ ଭୁରା, ସନ୍ଦୀପ ବେଦ, ଅମିତ ବେଦଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି । ଆୟକର ଫାଙ୍କିବା ନେଇ ଯଥେଷ୍ଟ ପ୍ରମାଣ ପାଇଛି ଆୟକର ବିଭାଗ । ଗତ ମଙ୍ଗଳବାର ଠାରୁ ଉତ୍କଳ ବିଲ୍ଡର୍ସରେ ଚଢାଉ ଜାରି ରହିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..