ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଚାରୋଟି ନୂତନ ବନ୍ଦେ ଭାରତ ଟ୍ରେନର ଉପହାର ଦେଇଛନ୍ତି। ବାରାଣସୀ-ଖଜୁରାହୋ, ଲକ୍ଷ୍ନୌ-ସହାରନପୁର, ଫିରୋଜପୁର-ଦିଲ୍ଲୀ ଏବଂ ଏର୍ଣ୍ଣାକୁଲମ-ବେଙ୍ଗାଲୁରୁ ରୁଟରେ ଚାଲିବାକୁ ଥିବା ଏହି ଟ୍ରେନଗୁଡ଼ିକୁ ପ୍ରଧାନମନ୍ତ୍ରୀ ମୋଦି ନିଜେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପତାକା ହଲାଇବା ମାତ୍ରେ ଷ୍ଟେଶନରେ ଯାତ୍ରୀମାନେ “ହର ହର ମହାଦେବ” ଧ୍ୱନି ସହିତ ଏକ ଉତ୍ସବମୁଖୀ ପରିବେଶ ସୃଷ୍ଟି କରିଥିଲେ।ପ୍ରଧାନମନ୍ତ୍ରୀ ମୋଦି ବାରାଣସୀ ରେଳ ଷ୍ଟେଶନରେ ପହଞ୍ଚିବା ପରେ ଭାଜପା କର୍ମୀ ଏବଂ ସାଧାରଣ ଜନତା ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଷ୍ଟେଶନ ପରିସର “ହର ହର ମହାଦେବ” ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ସୁଗମ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ରେଳ କର୍ମଚାରୀ ଏବଂ ସୁରକ୍ଷା କର୍ମଚାରୀମାନେ ମଧ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ବିଶ୍ୱର ବିକଶିତ ଦେଶଗୁଡ଼ିକରେ ଭିତ୍ତିଭୂମି ଆର୍ଥିକ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ହୋଇଛି। ଯେଉଁ ଦେଶଗୁଡ଼ିକ ମହାନ ପ୍ରଗତି ଏବଂ ବିକାଶ ଦେଖିଛନ୍ତି, ସେମାନଙ୍କ ପ୍ରଗତି ପଛରେ ଭିତ୍ତିଭୂମି ବିକାଶ ଏକ ପ୍ରମୁଖ ଶକ୍ତି ହୋଇଛି। ନିର୍ମିତ ବିମାନବନ୍ଦର ସଂଖ୍ୟା, ବନ୍ଦେ ଭାରତ ଟ୍ରେନ ଚାଲୁଥିବା ସଂଖ୍ୟା – ଏସବୁ ଜିନିଷ ବିକାଶ ସହିତ ଜଡିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଦେଶୀ ଯାତ୍ରୀମାନେ ମଧ୍ୟ ଏବେ ବନ୍ଦେ ଭାରତ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ଏହି ଟ୍ରେନ ଗୁଡିକ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..