ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆସନ୍ତାବର୍ଷ ଭାରତ ଗସ୍ତରେ ଆସିପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ବନ୍ଧୁ ଓ ଜଣେ ମହାନ ବ୍ୟକ୍ତି ବୋଲି କହିଛନ୍ତି। ସେ ଭାରତ ଆସିବା ମୋଦି ଚାହାନ୍ତି ବୋଲି ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଏଥିପାଇଁ ଆମେ ଏକାଠି ଆଲୋଚନା କରି ସ୍ଥିର କରିବୁ। ମୋଦିଙ୍କ ସହ ଏକ ବଡ଼ ଭ୍ରମଣ ହେବ ବୋଲି ଗୁରୁବାର ଓଭାଲ ଅଫିସ୍ରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଟ୍ରମ୍ପ୍ କହିଛନ୍ତି। ନୂଆଦିଲ୍ଲୀରେ କ୍ୱାଡ୍ ସମିଟ୍ ଆୟୋଜିତ ହେବାକୁ ଯାଉଥିବାବେଳେ ସେଥିରେ ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ନେତାମାନେ ଯୋଗଦେବେ। ତେବେ ଏହି ସମିଟ୍ର ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଭାରତ ରୁଷିଆରୁ ତେଲ କିଣିବା ବନ୍ଦ କରିଦେଇଛି ବୋଲି ଏହି ଅବସରରେ ଟ୍ରମ୍ପ୍ କହିଛନ୍ତି।






More Stories
କୌଣସି ଲକ୍ଡାଉନ୍ ହେବନି…..
ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ….
ସିଏମ୍-ପିଏମ୍ ଆଲୋଚନା…..