Report Card Odisha

| Daily Odia News

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମାମଲା ରୁଜୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗତକାଲି ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି । ଗତକାଲି ଲାଲକିଲ୍ଲା ନିକଟରେ କାର୍‌ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ସରକାରୀ ତଥ୍ୟ ଅନୁଯାୟୀ ୯ ଜଣଙ୍କର ଜୀବନ ଯାଇଥିଲା । ଆଜି ଘଟଣାକୁ ନେଇ ଦିଲ୍ଲୀ ପୋଲିସ UAPA ଏବଂ ବିସ୍ଫୋରକ ଆଇନ ଅନୁଯାୟୀ ଏତଲା ପଞ୍ଜିକୃତ କରିଛି । ବିସ୍ଫୋରଣ ପରେ ଦିଲ୍ଲୀ ସମେତ ଦେଶର ଅନେକ ସହରରେ ସତର୍କତା ଜାରି ହେବା ସହ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ବିମାନବନ୍ଦର, ରେଳ ଷ୍ଟେସନ ଏବଂ ବସ୍ ଟର୍ମିନାଲରେ କଡ଼ା ସତର୍କତା ଅବଲମ୍ବନ ସହିତ ଦିଲ୍ଲୀକୁ ହାଇ ଆଲର୍ଟରେ ରଖାଯାଇଛି । କୋତୱାଲି ଥାନାରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA), ବିସ୍ଫୋରକ ଆଇନ ଏବଂ BNS ର ଧାରା ଅନୁଯାୟୀ ଏକ ମାମଲା ପଞ୍ଜିକୃତ କରାଯାଇଛି । UAPA ର ଧାରା ୧୬ ଏବଂ ୧୮ ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଛି, ଯାହା ଆତଙ୍କବାଦୀ ଆକ୍ରମଣ ପାଇଁ ଦଣ୍ଡ ଏବଂ ଷଡ଼ଯନ୍ତ୍ର ସହିତ ଜଡିତ ।

Breaking News