Report Card Odisha

| Daily Odia News

ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ ପାଇଁ ଆବେଦନ, ଶୁକ୍ରବାର ଆସିବ କୋର୍ଟଙ୍କ ନିଷ୍ପତ୍ତି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାଂଲାଦେଶ ପାଇଁ ଶୁକ୍ରବାର ବଡ ଦିନ। ଦେଶର ଅନ୍ତର୍ଜାତୀୟ କ୍ରାଇମ୍ସ ଟ୍ରିବୁନାଲ(ଆଇସିଟି) ସୋମବାର ୧୭ ନଭେମ୍ବରରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ଚାଲିଥିବା ମାମଲାର ନିଷ୍ପତ୍ତି ଶୁଣାଇବେ। ଏହି ନିଷ୍ପତ୍ତି ଉପରେ ସାରା ଦେଶର ନଜର ରହିଛି। ସୂଚନାଯୋଗ୍ୟ ହସିନାଙ୍କ ଉପରେ ଗତ ବର୍ଷ ଢାକାରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ଓ ହିଂସା ସମୟରେ ୫ ଗୁରୁତର ଅଭିଯୋଗ ଲାଗିଥିଲା। ଏବେ ଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଦର୍ଶନକାରୀଙ୍କ ଉପରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଦର୍ଶାଇ କୋର୍ଟଙ୍କୁ ତାଙ୍କ ମୃତ୍ୟୁଦଣ୍ଡ ନେଇ ଆବେଦନ କରାଯାଇଛି । ଏହି ମାମଲାରେ ହସିନାଙ୍କ ସହ ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜାମାନ ଖାନ୍ କମାଲ ଓ ତତ୍କାଳୀନ ଆଇଜିପି ଚୌଧୁରୀ ଅବଦୁଲ୍ଲା ଅଲ-ମାମୁନଙ୍କୁ ମଧ୍ୟ ଟ୍ରାଏଲର ସାମ୍ନା କରିବାକୁ ପଡିଛି। ଉଭୟଙ୍କୁ ମଧ୍ୟ କୋର୍ଟ ଫେରାର ଅଭିଯୁକ୍ତ ଘୋଷିତ କରିଛନ୍ତି। ଶେଖ୍ ହସିନା ଗତ ବର୍ଷ ହିଂସା ପରେ ଭାରତରେ ଶରଣ ନେଇଥିଲେ। ଜାତି ସଂଘର ଫେବୃୟାରୀରେ ଆସିଥିବା ଏକ ରିପୋର୍ଟରେ କୁହାଯାଇଥିଲା କି ଗତ ବର୍ଷ ଢାକାରେ ହୋଇଥିବା ହିଂସାରେ ପ୍ରାୟ ୧୪୦୦ ଲୋକ ମୃତ୍ୟୁବରଣ କରିଥାଇପାରନ୍ତି। ଅନ୍ୟପଟେ ବାଂଲାଦେଶ ସରକାରଙ୍କ ସ୍ବାସ୍ଥ୍ୟ ପରାମର୍ଶଦାତାଙ୍କ ସୂଚନା ଅନୁସାରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୪ ହଜାର ଲୋକ ଆହତ ହୋଇଥିଲେ।

Breaking News