ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ବିଧାନସଭା ନିର୍ବାଚନାରେ ଭୋଟ ଗଣତି ଜାରି ରହିଛି । ଚିରାଗ ପାଶୱାନଙ୍କ ଦଳ ଏଲଜେପି(ଆର), ଏପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ ଟ୍ରେଣ୍ଡରେ ଏକ ଦୃଢ ପ୍ରଦର୍ଶନ ଦେଖାଇଛନ୍ତି । ଏନଡିଏରୁ ୨୯ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଚିରାଗ ପାଶୱାନଙ୍କ ଦଳ ୨୨ଆସନରେ ଆଗୁଆ ଅଛି । ଚିରାଗ ପାସୱାନଙ୍କ ବିଜୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଏନଡିଏ ଏଥର ଚିରାଗ ପାଶୱାନଙ୍କୁ ଦେଇଥିବା ୨୯ଆସନ ମଧ୍ୟରୁ ୨୬ଟି ଆସନ ଥିଲା ଯେଉଁଠାରେ ୨୦୨୦ ନିର୍ବାଚନରେ ବିଜେପି ଏବଂ ଜେଡିୟୁ ପରାସ୍ତ ହୋଇଥିଲେ । ସୂଚନା ଅନୁସାରେ ଚିରାଗ ପାଶୱାନ ପୁଣି ଥିରେ ଲୋକସଭା ନିର୍ବାଚନର ଫଳାଫଳକୁ ଦୋହରାଇବାରେ ସଫଳ ହେବାକୁ ଯାଉଛନ୍ତି । ଚିରାଗ ୫ଟି ଯାକ ଲୋକସଭା ଆସନ ଜିତି ସଭିଁଙ୍କୁ ଚକିତ କରିଥିଲେ । ଏବେ ବିଧାନସଭା ନିର୍ବାଚନରେ, ଚିରାଗଙ୍କ ଦଳ ପୁଣି ଥରେ ନିଜକୁ ମୋଦୀଙ୍କ ହନୁମାନ ବୋଲି ପ୍ରମାଣିତ କରିଛନ୍ତି ।






More Stories
ବିହାର ହାର୍ ପାଇଁ ଆରଜେଡି ଦାୟୀ…..
ଦିଲ୍ଲୀ ବିସ୍ଫୋରଣ:ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….