ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ବିଧାନସଭା ନିର୍ବାଚନାରେ ଭୋଟ ଗଣତି ଜାରି ରହିଛି । ଚିରାଗ ପାଶୱାନଙ୍କ ଦଳ ଏଲଜେପି(ଆର), ଏପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ ଟ୍ରେଣ୍ଡରେ ଏକ ଦୃଢ ପ୍ରଦର୍ଶନ ଦେଖାଇଛନ୍ତି । ଏନଡିଏରୁ ୨୯ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଚିରାଗ ପାଶୱାନଙ୍କ ଦଳ ୨୨ଆସନରେ ଆଗୁଆ ଅଛି । ଚିରାଗ ପାସୱାନଙ୍କ ବିଜୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଏନଡିଏ ଏଥର ଚିରାଗ ପାଶୱାନଙ୍କୁ ଦେଇଥିବା ୨୯ଆସନ ମଧ୍ୟରୁ ୨୬ଟି ଆସନ ଥିଲା ଯେଉଁଠାରେ ୨୦୨୦ ନିର୍ବାଚନରେ ବିଜେପି ଏବଂ ଜେଡିୟୁ ପରାସ୍ତ ହୋଇଥିଲେ । ସୂଚନା ଅନୁସାରେ ଚିରାଗ ପାଶୱାନ ପୁଣି ଥିରେ ଲୋକସଭା ନିର୍ବାଚନର ଫଳାଫଳକୁ ଦୋହରାଇବାରେ ସଫଳ ହେବାକୁ ଯାଉଛନ୍ତି । ଚିରାଗ ୫ଟି ଯାକ ଲୋକସଭା ଆସନ ଜିତି ସଭିଁଙ୍କୁ ଚକିତ କରିଥିଲେ । ଏବେ ବିଧାନସଭା ନିର୍ବାଚନରେ, ଚିରାଗଙ୍କ ଦଳ ପୁଣି ଥରେ ନିଜକୁ ମୋଦୀଙ୍କ ହନୁମାନ ବୋଲି ପ୍ରମାଣିତ କରିଛନ୍ତି ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….