ରିପୋର୍ଟ କାର୍ଡ / କାଲିମେଳା
ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ଦୁଇ ଯୁବକ। ମାଲକାନଗିରି ପୋଲିସକୁ ବଡ ସଫଳତା ମିଳିଛି। ଲାଚିପେଟା ଛକରେ ପାଟ୍ରୋଲିଂ ବେଳେ ସନ୍ଦେହ ହେବାରୁ ପୋଲିସ ସ୍କୁଟିକୁ ଅଟକାଇ ତଦନ୍ତ କରିଥିଲା । ସେଥିରୁ ମୋଟ ୨୨ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡିଛି । ଅଭିଯୁକ୍ତମାନେ ଗଞ୍ଜେଇକୁ ବିକ୍ରି କରିବାକୁ ତେଲଙ୍ଗାନାକୁ ନେଉଥିଲେ। ଗଞ୍ଜେଇ ବିକ୍ରି ଟଙ୍କାରେ ଗାର୍ଲଫ୍ରେଣ୍ଡଙ୍କୁ ଆଇଫୋନ କିଣି ଦେବା ପାଇଁ ଯୋଜନା କରିଥିଲେ। ଚାଲାଣ ପାଇଁ ବ୍ୟବହୃତ ସ୍କୁଟିକୁ ମଧ୍ୟ ପୋଲିସ୍ ଜବତ କରିଛି। ଦୁଇ ଯୁବକ ହେଲେ ଟି. ତ୍ରିନାଥ କୁମାର ଓ ବି. ୟୁଵାଚାରଣ ଆଦିତ୍ୟ । ଉଭୟେ ତେଲଙ୍ଗାନା ଖମ୍ମମ ଜିଲ୍ଲବାସିନ୍ଦା ବୋଲି ଜଣାପଡିଛି। ଉଭୟ ଯୁବକଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..