ରିପୋର୍ଟ କାର୍ଡ / କଟକ
ଚୌଦ୍ଵାର ଜେଲରୁ କଏଦୀ ଚମ୍ପଟ ମାରିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜେଲ ବିଭାଗର କଳା କାରନାମା ଉପରୁ ପରଦା ହଟାଇଛି ଏହି ଘଟଣା। କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କୁ ଜେଲ ବିଭାଗ କିପରି ଅହେତୁକ ଅନୁକମ୍ପା ଦେଖାଇଛି ତାହା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଚୌଦ୍ଵାର ଜେଲରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ମୁଖ୍ୟ ଓ୍ବାର୍ଡର ଭଗତ ଚରଣ ରାମଙ୍କୁ ଗତ ଅକ୍ଟୋବର ୩ ତାରିଖରେ ନିଲମ୍ବନ କରାଯାଇଥିଲା। କିନ୍ତୁ ଏହାର ମାତ୍ର ୧୫ ଦିନ ପରେ ଅକ୍ଟୋବର ୧୮ରେ ତାଙ୍କୁ କେନ୍ଦ୍ରାପଡ଼ା ଜେଲରେ ପୁନଃନିଯୁକ୍ତି ମିଳିଛି। ଯାହାଫଳରେ ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି।






More Stories
କେଜିରୁ ପିଜି ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା!…..
ସହରାଞ୍ଚଳକୁ ମନ୍ତ୍ରୀଙ୍କ ହାଇ ଆଲର୍ଟ…..
ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା…..