ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଜଣେ ଆସାମୀକୁ ଅଦାଲତରେ ହାଜର କରିଛି ଜାତୀୟ ତଦନ୍ତକରି ସଂସ୍ଥା (ଏନଆଇଏ ) । ଦିଲ୍ଲୀ ଆତ୍ମଘାତି ଘଟଣାର ତଦନ୍ତ କରୁଛି ଏନଆଇଏ । ଆଜି ଦିଲ୍ଲୀ ଅଦାଲତରେ ଆତଙ୍କୀ ଉମରର ସହଯୋଗୀକୁ ହାଜର କରାଇଛି ଏନଆଇଏ । ଉମରର ସହଯୋଗୀ ରସିଦ ଅଲ୍ଲୀକୁ ଅଦାଲତରେ ହାଜର କରାଇଛି ଏନଆଇଏ । ରସିଦ ଅଲ୍ଲୀର ଘର କାଶ୍ମୀରରେ ଅବସ୍ଥିତ । ଗତକାଲି ରସିଦକୁ ଦିଲ୍ଲୀରୁ ଗିରଫ କରିଥିଲା ଏନଆଇଏ । ମିଳିଥିବା ସୂଚନା ଅନୁସାରେ ଆତ୍ମଘାତି ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରିଥିଲା ରସିଦ । ଦିଲ୍ଲୀ ଆସି କାର କିଣି ଆତଙ୍କୀ ଆକ୍ରମଣ ପାଇଁ ପୁରା ଯୋଜନା କରିଥିଲା । ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ସୁଭାଷ ମାର୍ଗ ସିଗନାଲରେ ହୋଇଥିବା ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏପର୍ଯ୍ୟନ୍ତ୨୦ ରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି, ଯେଉଁଥିରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଅଛି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..