ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଫେରା ରାଇଜରେ ଓଲିଉଡ ଜଗତର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଗତକାଲି ରାତିରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମେଡିକାଲରୁ ହ୍ୟୁମାନଙ୍କ ପାର୍ଥିବ ଶରୀର କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା, ସେଠାରେ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସେଠାରୁ ହ୍ୟୁମାନଙ୍କ ପାର୍ଥିବ ଶରୀର ଟିଟିଲାଗଡ ସ୍ଥିତ ବାସଭବନକୁ ନିଆଯାଉଛି । ସେଠାରେ ପରିବାର ଓ ବନ୍ଧୁ ପରିଜନ ଶେଷ ଦର୍ଶନ କରିବା ପରେ ଶେଷ କୃତ୍ୟ ସମ୍ପନ୍ନ ହେବ । ହ୍ୟୁମାନ୍ ବୃକକ୍, ଶ୍ୱାସକ୍ରିୟା ଓ ଜକୃତ ଜନିତ ସମସ୍ୟା ସାଙ୍ଗକୁ ନିମୋନିଆରେ ପୀଡ଼ିତ ଥିଲେ। ଅସୁସ୍ଥ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହ୍ୟୁମାନ ସାଗର । ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ଗତ ଶୁକ୍ରବାର ଅପରାହଣରେ ତାଙ୍କୁ ଏମସ ଭୁବନେଶ୍ବରର ଜରୁରୀକାଳୀନ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ହ୍ୟୁମାନ୍ଙ୍କର ଏକାଧିକ ଅଙ୍ଗ ଚଳପ୍ରଚଳ କରୁନଥିଲା । ମସ୍ତିଷ୍କ, ଫୁସ୍ ଫୁସ୍, ବୃକକ୍, ଯକୃତ, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପ ନିୟନ୍ତ୍ରଣରେ ରହୁନଥିଲା । ଓଡିଆ ଚଳଚ୍ଚିତ୍ର ଓ ଆଲବମରେ ବହୁ ରୋମାଣ୍ଟିକ ଗୀତ ଭେଟିଦେଇଛନ୍ତି ହ୍ୟୁମାନ ସାଗର । ୧୯୯୦ ମସିହାରେ ବଲାଙ୍ଗୀର ର ଟିଟଲାଗଡ଼ରେ ଜନ୍ମ ହୋଇଥିଲେ ହ୍ୟୁମାନ । ପିଲାଟି ବେଳୁ ସଙ୍ଗୀତ ପ୍ରତି ତାଙ୍କ ରୁଚି ଥିବା, ପାଠପଢା ସହ ସଙ୍ଗୀତ ଯାତ୍ରାକୁ ସମାନ୍ତରାଳ ଭାବେ ଜାରି ରଖିଥିଲେ ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..