ରିପୋର୍ଟ କାର୍ଡ / ଭୁବନେଶ୍ବର
ଉଚ୍ଛେଦ ହେବ ସାଲିଆ ସାହି। ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଆରମ୍ଭ କରିଛି ବିଏମସି ଓ ବିଡିଏ । କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବାକୁ ଘଟଣାସ୍ଥଳରେ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଆଉ ପାଖାପାଖି ୫୧୭ ଘର ମିଳିତ ଟିମ୍ ଉଛେଦ କରିବ ମିଳିତ ଟିମ୍ । ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ସହ ୫ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇଛନ୍ତି । ସେପଟେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ସାଲିଆ ସାହି ବାସିନ୍ଦାମାନେ ଜୋରଦାର ବିରୋଧ କରିଛନ୍ତି ।ସେମାନଙ୍କ କହିବା କଥା ସରକାର ଥଇଥାନ ନକରି ଆମକୁ ଘରୁ ବାହାର କରିଦେବା କେତେ ଦୂର ଠିକ୍ । କୋର୍ଟରେ ମାମଲା ଚାଲିଥିବା ବେଳେ ଉଚ୍ଛେଦ କାହିଁକି କରାଯାଉଛି, ତାହାକୁ ନେଇ ବସ୍ତିବାସିନ୍ଦାମାନେ ପ୍ରଶ୍ନ ଉଠାଇଛନ୍ତି । ଆଜି ଉଚ୍ଛେଦ ବେଳେ ବସ୍ତ ବାସିନ୍ଦାମାନେ ଧାରଣାରେ ବସିଛନ୍ତି ।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..