ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁଖ୍ୟମନ୍ତ୍ରୀ ନୀତଶ କୁମାରଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ କରାଯାଇଛି। ୨୦ ବର୍ଷ ପରେ ନୀତିଶ କୁମାର ଗୃହ ବିଭାଗ ଛାଡ଼ିଛନ୍ତି। ଏହି ବିଭାଗ ବିଜେପି ପାଖକୁ ଚାଲିଯାଇଛି । ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀ ଗୃହ ବିଭାଗର ଦାୟିତ୍ୱ ସମ୍ଭାଳିବେ । ଏବେ ଅର୍ଥ ବିଭାଗ ଜେ଼ଡିୟୁ ହାତରେ । ବିଜେନ୍ଦ୍ର ଯାଦବ ଶକ୍ତି ସହିତ ଅର୍ଥ ବିଭାଗର ଦାୟିତ୍ୱ ନେଇଛନ୍ତି । ଏହା ସହିତ ମଙ୍ଗଳ ପାଣ୍ଡେଙ୍କୁ ପୁନର୍ବାର ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଦିଆଯାଇଛି । ପ୍ରଥମ ଥର ମନ୍ତ୍ରୀ ହୋଇଥିବା ଜାତୀୟ ଶୂଟର୍ ଶ୍ରେୟସୀ ସିଂହଙ୍କୁ କ୍ରୀଡା ବିଭାଗ ଦିଆଯାଇଛି। ହାମ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ସୁମନଙ୍କ ବିଭାଗ ବଦଳି ନାହିଁ । ସେମାନେ ପୁନର୍ବାର କ୍ଷୁଦ୍ର ଜଳ ସମ୍ପଦ ବିଭାଗର ମନ୍ତ୍ରୀ ହେବେ । ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କୁ ଭୂମି ଏବଂ ରାଜସ୍ୱ ବିଭାଗ ବ୍ୟତୀତ ଖଣି ଏବଂ ଭୂ-ତତ୍ତ୍ୱ ବିଭାଗ ମିଳିଛି।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……