ରିପୋର୍ଟ କାର୍ଡ / ଭବାନୀପାଟଣା
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ ମିଳିଛି। ଏ ନେଇ ବିଧାୟକ ସାଗର ନିଜ ଏକ୍ସରେ ଟୁଇଟ କରି ସୂଚନା ଦେଇଛନ୍ତି। ଭବାନୀପାଟଣା ଦେପୁର ଯୋନ ସଭାପତି ଉଦେପୂର୍ ଗ୍ରାମର ଦେବାନନ୍ଦ ଯୋଶୀଙ୍କୁ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବନ୍ଧୁକ ଛୁରୀ ଦେଖାଇ ବିଧାୟକ ସାଗରଙ୍କ ବ୍ୟକ୍ତିଗତ ବିଷୟରେ ତଥ୍ୟ ପ୍ରଦାନ ନ କଲେ ଜୀବନରୁ ମାରିଦେବାକୁ ସମୟ ଲାଗିବ ନାହିଁ ବୋଲି ଧମକ ଦେଇଥିଲେ। ଏପରିକି ଦୁର୍ବୃତ୍ତମାନେ ତାଙ୍କ ମାଧ୍ୟମରେ ବିଧାୟକଙ୍କୁ ମୃତ୍ୟୁ ଧମକ ମଧ୍ୟ ପଠାଇଥିବା ଥିବା ଅଭିଯୋଗ ଆଣିଛନ୍ତି ବିଧାୟକ। ଯଦି ରାଜ୍ୟରେ ଜଣେ ନିର୍ବାଚିତ ବିଧାୟକ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକେ କିପରି ସୁରକ୍ଷିତ ସେନେଇ ସେ ପ୍ରଶ୍ନ ଉଠାଇଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଶୁକ୍ରବାର ଅପରାହ୍ନରେ ଯୋନ ସଭାପତି ଦେବାନନ୍ଦ ଯୋଶୀ ଭବାନୀପାଟଣା ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।






More Stories
ସହରାଞ୍ଚଳକୁ ମନ୍ତ୍ରୀଙ୍କ ହାଇ ଆଲର୍ଟ…..
ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା…..
ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା: ଦୁଇଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ…..