ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାମ ମନ୍ଦିର ଶିଖରରେ ପବିତ୍ର ପତାକା ଉତ୍ତୋଳନ କରିବେ । ଏଥିପାଇଁ ଅନେକ ସାଧୁ ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ସାଧୁ, ବିଶିଷ୍ଟ ବ୍ୟକ୍ତି ଏବଂ ରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟଙ୍କ ଉପସ୍ଥିତିରେ ମୋଦୀ ରାମ ମନ୍ଦିରରେ ଧାର୍ମିକ ପତାକା ଉତ୍ତୋଳନ କରିବେ ପତାକା । ପ୍ରଧାନମନ୍ତ୍ରୀ ମୋଦୀ ୨୦୨୪ ଜାନୁଆରୀ ୨୨ରେ ରାମ ଲାଲ୍ଲାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ।ଅହମ୍ମଦାବାଦରେ ତିଆରି ହୋଇଛି ଏହି ଧ୍ବଜା। ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୨୨ ଫୁଟ ଓସାରର ଏହି ଧ୍ବଜା ସ୍ଥାପନ ହେବ। ଏହାର ଓଜନ ପ୍ରାୟ ୧୧ କେଜି। ଧ୍ବଜାରେ ରହିଛି ରାମଙ୍କ ପ୍ରତୀକ। ୩ଟି ଲେୟାର ଫେବ୍ରିକରେ ଏହି ଧ୍ବଜା ତିଆରି ହୋଇଛି ଓ ଏହାକୁ ନିର୍ମାଣ ଲାଗି ୨୫ ଦିନ ଲାଗିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ଦିର ଓ ପୁରା ପରିକ୍ରମା ପ୍ରକଳ୍ପକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।






More Stories
‘ମୋ ଉପରେ ଆକ୍ରମଣ ହେଲେ ମୁଁ ସାରାଦେଶକୁ ହଲାଇ ଦେବି’……
ମନ୍ଦିରରେ ଧ୍ଵଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ ମୋଦୀ…..
ନରେନ୍ଦ୍ର ଯାଦବ ହେଲେ କାମଚଳା ବାଚସ୍ପତି……