ରିପୋର୍ଟ କାର୍ଡ / ଭୁବନେଶ୍ଵର
ଭୁବନେଶ୍ୱର ଷ୍ଟେଶନରେ ବୋମା ଆତଙ୍କ ଦେଖିବାକୁ ମିଳିଛି। କେହି ପାର୍ସଲରେ ବୋମା ପଠାଇଥିବା ଖବର ଗୋଇନ୍ଦା ପୋଲିସ ପାଇଥିଲା। ଏହି ଖବର ଆଧାରରେ ଏସ୍ଟିଏଫ୍ ବୁଧବାର ସକାଳୁ ଚଢାଉ କରି ଛାନ୍ଭିନ୍ କରିଥିଲା। ଷ୍ଟେଶନର ରେଲଓ୍ବେ ପାର୍ସଲକୁ ସନ୍ଧାନୀ କୁକୁର ସହିତ ପୋଲିସ ଗୋଟି ଗୋଟି କରି ଯାଞ୍ଚ କରାଯାଇଥିଲା। କେବଳ ପାର୍ସଲରେ ବୋମା ନୁହେଁ, ପୁଳା ପୁଳା ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ମଧ୍ୟ ଗୋଇନ୍ଦା ପାଇଥିଲା। ପୋଲିସ ଏକ ଘଣ୍ଟା ଧରି ସନ୍ଧାନୀ କୁକୁର ସହାୟତାରେ ଛାନ୍ଭିନ୍ କରିଥିଲେ ମଧ୍ୟ କିଛିବି ପାଇ ନ ଥିଲା। ପରେ ଗୋଇନ୍ଦା ବିଭାଗକୁ ଖବର ଦେଇଥିବା ବ୍ୟକ୍ତି ମିଛ ଖବର ଦେଇଥିବା ଯାଞ୍ଚରୁ ଜଣାପଡ଼ିଥିଲା।






More Stories
ସହରାଞ୍ଚଳକୁ ମନ୍ତ୍ରୀଙ୍କ ହାଇ ଆଲର୍ଟ…..
ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……