Report Card Odisha

| Daily Odia News

ସାରା ବିଶ୍ୱରେ A320 ବିମାନ ସେବା ପ୍ରଭାବିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଯଦି ଆପଣ ବିମାନରେ ଯାତ୍ରା କରିବାକୁ ଯାଉଛନ୍ତି କିମ୍ବା ଏଥିପାଇଁ ବୁକ୍‌ କରୁଛନ୍ତି ତେବେ ଏହି ଖବରଟି ନିଶ୍ଚିତ ପଢନ୍ତୁ । ଭାରତରୁ ବିଶ୍ୱର ଅନ୍ୟ ଦେଶକୁ ଯାଉଥିବା ବିମାନ ସେବା ପ୍ରଭାବିତ ହୋଇଛି । ଏପରିକି ବିମାନ ସେବା ବାତିଲ ହୋଇପାରେ । କାରଣ ଏ୩୨୦ ଫ୍ୟାମିଲି ବିମାନର ସଫ୍ଟୱେରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଫଳରେ ଭାରତ ସମେତ ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ ହୋଇଛି । ଏହାକୁ ନେଇ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ ବୈଷୟିକ ପରାମର୍ଶ ଜାରି କରାଯାଇଛି । ଭାରତରେ ପ୍ରାୟ ୨୦୦ରୁ ଅଧିକ ବିମାନ ଉଡାଣ ପ୍ରଭାବିତ ହୋଇଛି । ଏ୩୨୦ ବିମାନ ସଫ୍ଟୱେର୍‌ ଅପଗ୍ରେଡ୍‌ ପାଇଁ ସମୟ ଲାଗିପାରେ । ଏୟାରବସ ଏ୩୨୦ ଫ୍ୟାମିଲି ବିମାନ ସର୍ବାଧିକ ବିକ୍ରି ହେଉଥିଲା । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଯାତ୍ରୀମାନଙ୍କୁ ବିଶେଷ ଭାବରେ ପରାମର୍ଶ ଦେଇ କହିଛି ଯେ ସେମାନେ ବିମାନ ସମ୍ବନ୍ଧୀୟ ଅପଡେଟ୍‌ ପାଇବା ପରେ ହିଁ ସେମାନଙ୍କର ଯାତ୍ରା ଯୋଜନା ପ୍ରସ୍ତୁତ କରନ୍ତୁ । ବିଶ୍ୱର ସର୍ବବୃହତ ବିମାନ ନିର୍ମାତା ଏୟାରବସ୍‌ ଏହାର ପ୍ରାୟ ୬୦୦୦ ଏ୩୨୦ ବିମାନକୁ ଫେରାଇ ଆଣିଛି କାରଣ ବିମାନ ଉଡାଣ ସମୟରେ ସୂର୍ଯ୍ୟକିରଣ ପଡି ସଫ୍ଟୱେର୍‌ ଅପଡେଟରେ ବାଧାପ୍ରାପ୍ତ ହେଉଛି । ଯାହା ଫଳରେ ବିମାନର ଗତି ପରିବର୍ତ୍ତନ, ଲାଇନଚ୍ୟୁତ କିମ୍ବା ଦୁର୍ଘଟଣାର ଆଶଙ୍କା ରହିଛି। ତେଣୁ କମ୍ପାନୀକୁ ଏହାର ବିମାନ ସଫ୍ଟୱେରକୁ ଅପଡେଟ କରିବା ଏବଂ ହାର୍ଡୱେରକୁ ପୁନଃସଂଯୋଜିତ କରିବା ଆବଶ୍ୟକ ହୋଇଛି । ଯାହା ଫଳରେ ବିମାନକୁ ଗ୍ରାଉଣ୍ଡେଡ୍‌ କରିବାକୁ ବାଧ୍ୟ ହେବ ।

Breaking News