Report Card Odisha

| Daily Odia News

ଅତିରିକ୍ତ ବଜେଟ ଓଡ଼ିଶାବାସୀଙ୍କ ଆଶାକୁ ଧୂଳିସାତ କରୁଛି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଧାନସଭାରେ ଗତକାଲି ଉପସ୍ଥାପିତ ହୋଇଥିବା ଅତିରିକ୍ତ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ବିଜେପି ସରକାର ବିଧାନସଭାରେ ଆଗତ କରିଥିବା ଅତିରିକ୍ତ ବଜେଟ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି । ନୂତନ ବିଜେପି ସରକାରର ପ୍ରଥମ ପୂର୍ଣ୍ଣ ବର୍ଷରୁ ଆଶା କରାଯାଉଥିବା କୌଣସି ବଡ ଭିତ୍ତିଭୂମି ଯୋଜନା କିମ୍ବା ନୂତନ ଦୂରଦୃଷ୍ଟି ଏଥିରେ ଦେଖିବାକୁ ମିଳିନାହିଁ । ଏହା ଆମକୁ ରାଜକୋଷୀୟ ନିଅଣ୍ଟ ଆଡକୁ ଆଗକୁ ବଢାଉଛି । ପ୍ରଶାସନିକ ବ୍ୟୟ ସଙ୍କୁଚିତ ହେଉଛି । ଓଡ଼ିଶାର ସୁଧ ବୋଝ ବଢୁଛି । ନବୀନ ଆହୁରି ମଧ୍ୟ କହିଛନ୍ତି ଯେ ବଜେଟରେ ପୂର୍ତ୍ତ ବିଭାଗର (୯୦୦କୋଟି) ଏବଂ କିଛି ସହରାଞ୍ଚଳ ଭିତ୍ତିଭୂମିକୁ ଛାଡିଦେଲେ ଆଉ କିଛି ବି ନାହିଁ । ମନେ ହେଉଛି ହ୍ରାସ ପାଉଥିବା କେନ୍ଦ୍ର ଅନୁଦାନ ଓ ନିଜସ୍ୱ ଅପାରଗତା ଲୁଚାଇବା ପାଇଁ ହୋଇଛି ଅତିରିକ୍ତ ବଜେଟ । ରାଜ୍ୟବାସୀଙ୍କୁ ସ୍ୱାର୍ଥ ପାଇଁ ନୁହେଁ, ଏହା ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଅତିରିକ୍ତ ପ୍ରୟାସ ।

Breaking News