ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୧୫ଟି କାର୍ଯ୍ୟ ଦିବସ ରହିଛି। ତେଣୁ ଏହା ସବୁଠୁ ଛୋଟ ଅଧିବେଶନ ହେବାକୁ ଯାଉଛି। ସାଧାରଣତଃ ଶୀତ ଅଧିବେଶନରେ ୨୦ଟି କାର୍ଯ୍ୟଦିବସ ରହିଥାଏ। ଏହି ଅଧିବେଶନ କାଳରେ ସରକାର ୧୪ଟି ନୂଆ ବିଧେୟକ ଆଗତ କରିବାକୁ ଯୋଜନା କରିଛନ୍ତି। ଏହା ମଧ୍ୟରେ ରହିଛି ଆଟମିକ ଏନର୍ଜି ବିଲ୍ ୨୦୨୫, ଭାରତ ଉଚ୍ଚଶିକ୍ଷା କମିସନ ବିଲ୍ ୨୦୨୫, ମଣିପୁର ଜିଏସଟି(ଦ୍ବିତୀୟ ସଂଶୋଧନ) ବିଲ୍ ୨୦୨୫, ସିକ୍ୟୁରିଟିଜ୍ ମାର୍କେଟ ବିଲ୍ ୨୦୨୫ ଭଳି ପ୍ରମୁଖ ବିଲ୍ ରହିଛି। ଶୀତ ଅଧିବେଶନ ପୂର୍ବରୁ ରବିବାର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସଂସଦ ଭବନରେ ଅନୁଷ୍ଠିତ ଏହି ସର୍ବଦଳୀୟ ବୈଠକରେ ସମସ୍ତ ରାଜନୈତିକ ଦଳର ନେତାଏ ଉପସ୍ଥିତ ରହିଥିଲେ। ବୈଠକ କାଳରେ ସରକାର ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତଙ୍କର ସହଯୋଗ ଲୋଡିଥିଲେ। ବୈଠକ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସାମ୍ବାଦିକଙ୍କୁ କହିଥିଲେ ଯେ, ଗୃହର ସମସ୍ତ ସଦସ୍ୟ ସଂଯମତା ରକ୍ଷାପୂର୍ବକ ସକାରାତ୍ମକ ଆଲୋଚନା କରିବା ଦରକାର। ସ୍ଥିର ମାନସିକତା ସହିତ କାମ କଲେ ଦେଶର ଉନ୍ନତି ହୋଇପାରିବ।






More Stories
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..
ରୁଷ୍ ଦେବ ଶକ୍ତିଶାଳୀ ଅସ୍ତ୍ର ଏସ୍-୪୦୦…..