ରିପୋର୍ଟ କାର୍ଡ / ଭୁବନେଶ୍ୱର
କିଟ୍ ବିଶ୍ଵବିଦ୍ୟାଳୟ ପାଇଁ ପୁଣି ବଢିଲା ଅଡୁଆ। ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍ ପକ୍ଷଭୁକ୍ତ ହୋଇଛି। ହାଇକୋର୍ଟ ଏହି ମାମଲାରେ ନୋଟିସ୍ ଜାରି କରିଛନ୍ତି। ଗତ ଫେବୃଆରୀ ମାସ ୧୬ ତାରିଖରେ ହୋଇଥିବା ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଜବାବ ତଲବ କରିଛନ୍ତି। ଗତକାଲି କିଟ୍ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ର ଆତ୍ମହତ୍ୟା କରିବା ଘଟଣାକୁ ନେଇ ବିବାଦ ଉପୁଜିବା ପରେ କିଟ୍ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଥିଲେ। କିଟ୍ ପକ୍ଷରୁ କୁହାଯାଇଥିଲା ଯେ, କିଟ୍ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଆତ୍ମହତ୍ୟା କରିବା ଘଟଣା ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ । ଓଡ଼ିଶା ଏବଂ ଓଡ଼ିଶା ବାହାର ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପ୍ରତି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବା ଅତ୍ୟନ୍ତ ଚିନ୍ତା ଜନକ ପ୍ରସଙ୍ଗ। ଦେଶର ଏଭଳି ସମସ୍ୟାକୁ କିଭଳି ସମାଧାନ କରାଯିବ ସେ ବିଷୟରେ ଆମେ ସମସ୍ତେ ଗୁରୁତ୍ବ ଦେବା ଉଚିତ। କାରଣ ଏହା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ। ଘଟଣା ଜଣାପଡ଼ିବା ପରେ ଏ ସମ୍ପର୍କରେ କିଟ୍ କର୍ତ୍ତୃପକ୍ଷ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଏବେ ଘଟଣାର ତଦନ୍ତ କରୁଛି।






More Stories
କୋଣାର୍କ ଉତ୍ସବ ଆରମ୍ଭ…..
ଛୋଟ ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ୍…..
ପୂର୍ବ ସରକାରକୁ ଟାର୍ଗେଟ କଲେ ପଞ୍ଚାୟତରାଜ ମନ୍ତ୍ରୀ…..